Fgf

ସାଥୀ ଡା. ପ୍ରଶାନ୍ତ ମିଶ୍ର ସିପିଆଇ ର ରାଜ୍ୟ ସମ୍ପାଦକ ନିର୍ବାଚିତ, ସାଥୀ ଜଗବନ୍ଧୁ ମିଶ୍ର ରାଜ୍ୟ ପରିଷଦକୁ ନିର୍ବାଚିତ 

ରାଜ୍ୟ
ବାରିପଦା: ମୟୂରଭଞ  ଜିଲ୍ଲାର ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୀମଦା ଗ୍ରାମରେ ତିନି ପିଢ଼ିର କମ୍ୟୁନିଷ୍ଟ ପରିବାରରେ ଜନ୍ମିତ ସାଥୀ ଡା.ପ୍ରଶାନ୍ତ ମିଶ୍ର ଛାତ୍ର ଜୀବନରୁ କମ୍ଯୁନିଜିମ ଆଦର୍ଶ ପ୍ରତି ସମର୍ପିତ। ସେ ୧୯୮୪ ମସିହାରେ ଅଖିଳ ଭାରତ ଛାତ୍ର ସଂଘ (AISF )ରେ ଯୋଗଦେଇ  ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ,ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସମ୍ପାଦକ,ରାଜ୍ଯ ସଭାପତି, ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି। ପରବର୍ତ୍ତୀ ସମୟରେ ସିପିଆଇର ରାଜ୍ୟସହସମ୍ପାଦକ,
ସମ୍ପାଦକ ମଣ୍ଡଳୀ ସଦସ୍ୟ ଭାବେ ବିଭିନ୍ନ ଜନ ଆନ୍ଦୋଳନ, ଗଣ ସଂଗଠନ ମାନଂକର ଆନ୍ଦୋଳନ, ଯୁବ, ଛାତ୍ର, ମହିଳା, କୃଷକ ମାନଙ୍କ ଆନ୍ଦୋଳନର ଅଗ୍ରଭାଗରେ ରହି ନେତୃତ୍ବ ନେଇ ଆସିଛନ୍ତି। ଅନ୍ଯ ପକ୍ଷରେ  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବି ଭାବେ ଗରିବ ଲୋକଙ୍କ ବିଭିନ୍ନ ମୋକଦ୍ଦମାକୁ ମାଗଣାରେପରିଚାଳନା କରି ନ୍ୟାୟ ପ୍ରଦାନ କରାଇଛନ୍ତି। ତାଙ୍କ ଅଜା ସ୍ଵାଧୀନତା ସଂଗ୍ରାମୀ , ନୀଳଗିରି ପ୍ରଜା ଆନ୍ଦୋଳନର ନେତା ଗୋବିନ୍ଦ ଚନ୍ଦ୍ର ପଣ୍ଡା  ଅବିଭକ୍ତ ବାଲେଶ୍ୱର ଜିଲ୍ଲା କମ୍ଯୁନିଷ୍ଟ  ପାର୍ଟିର ସମ୍ପାଦକ  ଥିଲେ। ତାକଂ ପିତା ବରିଷ୍ଠ କମ୍ଯୁନିଷ୍ଟ ନେତା ପ୍ରୟାତ ସାଥୀ ଶରତ ଚନ୍ଦ୍ର ମିଶ୍ର ବିଗତ ଦିନରେ ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଥାଇ ଭାଗଚାଷ  ଆନ୍ଦୋଳନର ନେତୃତ୍ବ ନେବା ସହ ପଟିସାରୀ ପଚାୟତର ସରପଂଚ, ବଡ଼ସାହିର ବ୍ଲକର ଚେୟାରମେନ  ଥିଲେ।ଡ. ମିଶ୍ର  ମୟୁରଭଞର  ବିଶିଷ୍ଟ  କମ୍ୟୁନିଷ୍ଟ ନେତା, ବରିଷ୍ଠ  ଆଇନଜୀବି ପ୍ରୟାତ ସାଥୀ ହରିହର ଦାସକଂ ବଡ ଜ୍ବାଇଁ। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତ୍ୟାଗ, ବଳିଦାନ ଓ ଗଣ ସଂଗ୍ରାମର ଶତ ବାର୍ଷିକୀ (୧୯୨୫–୨୦୨୫) ପରିପ୍ରେକ୍ଷୀରେ ରାଜ୍ୟ ପାର୍ଟିର ଗତ ୪,୫ ଓ ୬ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇ ଯାଇଥିବା ୨୪ ତମ ରାଜ୍ୟ ସମ୍ମିଳନୀରେ ସାଥୀ ଡା.ପ୍ରଶାନ୍ତ ମିଶ୍ର ରାଜ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ତଥା ଉତ୍ତର ଓଡ଼ିଶା ରାଜ୍ୟ ପାର୍ଟିର ନେତୃତ୍ବ ନେଇଥିବାରୁ ଆଗାମୀ ଦିନରେ ଶ୍ରେଣୀ ସଂଗ୍ରାମ ସମଗ୍ର ରାଜ୍ୟରେ ମଜବୁତ ହେବ ବୋଲି ସାଧାରଣରେ ଜୋର ଚର୍ଚ୍ଚା ଧରିଛି।
  ଠିକ୍ ସେହିପରି ପାର୍ଟିର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ରାଜ୍ୟ ପାର୍ଟିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ରାଜ୍ୟ ପରିଷଦକୁ ପୁନଃ ନିର୍ବାଚିତ ହୋଇଥିବାରୁ ଜିଲ୍ଲା ବ୍ୟାପୀ ଉଭୟଙ୍କୁ ସମସ୍ତ ସାଥୀ, ସମର୍ଥକ, ଶୁଭେଚ୍ଛୁ, ବିଭିନ୍ନ ଗଣ ସଂଗଠନ ଓ ଜିଲ୍ଲାର ସାଧାରଣ ମଣିଷଙ୍କ ପକ୍ଷରୁ କ୍ରାନ୍ତିକାରୀ ଅଭିନନ୍ଦନ ଦିଆଯାଇଛି।  ଜିଲ୍ଲାର ବୟୋଜ୍ୟେଷ୍ଠ ସାଥୀ ତ୍ରୀନାଥ ପାତ୍ରଙ୍କୁ ପାର୍ଟିର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ସାଥୀ ଡି. ରାଜା ଶତବାର୍ଷିକୀ ଅବସରରରେ ଉକ୍ତ ସମ୍ମିଳନୀରେ ତାକୁଂ ସମ୍ବର୍ଦ୍ଧିତ କରିଛନ୍ତି।