Img 20250903 wa0161

ଟ୍ରକ ଏବଂ ବୋଲେରୋ ଧକ୍କା ; ବୋଲେରୋ ଡ଼୍ରାଇଭର ମୃତ

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ୨୨୦ ନମ୍ବର ଜାତୀୟ ରାଜପଥ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଠାରେ ମଙ୍ଗଳବାର ରାତି ୧୦ ଟା ପାଖାପାଖି  ସମୟରେ ଏକ ବୋଲେରୋ ଗାଡ଼ିକୁ ତିରିଂ ଆଡୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଉଥିଲା । ଘଟଣାସ୍ଥଳର ଟ୍ରକ  ଧକ୍କାରେ ବୋଲେରୋ ଡ଼୍ରାଇଭର ମୃତ୍ୟୁ ହୋଇଥିଲା ।ଅପରପକ୍ଷରେ ଟ୍ରକଟି ଦୃତଗତିରେ ଖସି ପଳାଉଥିବା  ସମୟରେ ସ୍ଥାନୀୟ ଲୋକ ଓ ପୋଲିସ ପିଛା କରି ବହଳଦା ପୋଲ ପାଖରେ ଟ୍ରକଟିକୁ ଜବତ କରିଥିଲେ । ମୃତକ ହେଲେ ତିରିଂ ପଞ୍ଚାୟତର ନୂଆଗାଁ ଗ୍ରାମର ସଞ୍ଜିଵ ସି (୨୨) ।ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଆଜି ବୁଧବାର ଦିନ  ଏକ କେଶ ମାମଲା ୧୨୮/୨୫ ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ବୋଲେରୋ ଗାଡ଼ିଟି ଭଡ଼ାରେ ଟିପିଏନଓଡିଏଲର କାମ କରୁଥିଲା ।ସଞ୍ଜିଵ ସି ଜଣେ ମେଳାପି, ଯୁବ ସମାଜସେବୀ ଥିଲେ ।ତାଙ୍କ ମୃତ୍ୟୁରେ ତିରିଂ ରେ ଶୋକରେ ଛାୟା ଖେଳିଯାଇଛି.
Shrutilipi ad