ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୩ ନଂ ୱାର୍ଡ ସ୍ଥିତ ପାଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ଚାଟାର୍ଜୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟକାଳୀନ ସଭାରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉ, ବି ଆର ସି ସି ତପସ୍ୱିନୀ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳରାମ ନାଥ, ଡଃ ଅସୀମ ଚକ୍ରବର୍ତ୍ତୀ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ବ୍ଲକ ସଙ୍ଘ ସଭାପତି ପ୍ରଦୀପ କୁମାର ନାଥ, ବି ଇ ଓ କାର୍ଯ୍ୟାଳୟର ଚନ୍ଦ୍ରଶେଖର ମିଶ୍ର, ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର, ଶିକ୍ଷକ ଗୌରଗୋପାଳ ଲେଙ୍କା, ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସ୍ବର୍ଣ୍ଣରେଖା କରମହାପାତ୍ର, ରତ୍ନାବତୀ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ବାରିକ, ଶିକ୍ଷୟତ୍ରୀ ଅନୁପମା ହୋତା, ନଗମା ପରବିନ ପ୍ରମୁଖ ଉପସ୍ଥିତ ରହି ଦିଦିଙ୍କର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ I ସେ ଜଣେ ସମୟାନୁବର୍ତ୍ତୀ, ଛାତ୍ରବତ୍ସଳ, ମିଷ୍ଟଭାଷୀ, ସ୍ନେହୀ, ପରପୋକାରୀ ଆଦର୍ଶ ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ/ଶିକ୍ଷୟତ୍ରୀ ମହଲରେ ବେଶ ପରିଚିତ ଥିଲେ I ଦୀର୍ଘ ୨୨ ବର୍ଷର ଶିକ୍ଷକତା ଭିତରେ ସେ ବହୁ ଛାତ୍ରଛାତ୍ରୀଙ୍କୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ I ଶେଷରେ ବ୍ଲକ ସଙ୍ଘ ତରଫରୁ ପ୍ରଦୀପ ନାଥ, ସିଦ୍ଧେଶ୍ୱର ମିଶ୍ର, ଆଦର୍ଶ ଶିକ୍ଷକ ଡଃ ବିଶ୍ୱାଳ, ପୂର୍ବତନ ସି ଆର ସି ସି ବଳରାମ ନାଥ, ସୋମନାଥ ସିଂହ ଓ ତପସ୍ୱିନୀ ଦାଶ ତଥା ବିଦ୍ୟାଳୟ ତରଫରୁ କଳ୍ପନା ଦିଦିଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଶକ୍ତିପ୍ରକାଶ ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

