Detain jail

ଭିଜିଲାନ୍ସ ରାୟ, ସରକାରୀ ଅର୍ଥ ଆତ୍ମସାତ ମାମଲାରେ ସରକାରୀ କର୍ମଚାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଆୟବହିର୍ଭୁତ ସମ୍ପତି ମାମଲାର ବିଚାର କରି ମୟୁରଭଞ ଜିଲା ସର୍ବଶିକ୍ଷା ଅଭିଯାନ ର ପୂର୍ବତନ ଟେକନିସିଆଲ କନସାଲଟେଣ୍ଟ ତଥା ବର୍ତ୍ଥମାନ ଗଜପତି ଜିଲା ପାରେଳାଖେମୁଣ୍ଡି ଗ୍ରାମ୍ୟଜଳଯୋଗାଣ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନା ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅରୁଣ କୁମାର ଜେନା ମୟୁରଭଞ ଜିଲା ସର୍ବଶି÷କ୍ଷାଅଭିଯାନ କାର୍ଯ୍ୟାଲୟରେ ଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକ ଭିଜିଲାନ୍ସ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ କେସର ବିଚାର କରାଯାଇ ମାନ୍ୟବର ଭିଜିଲାନ୍ସ ଅଦାଲତ ପକ୍ଷରୁ ଦଫା୧୩(୨) ରିଉ ଉଇଥ ୧୩(୧)(ଇ) ପିସି ଆକ୍ଟ ୧୯୮୮/୧୦୯ ଆଇପିସି ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଅଛି । ଏଥି ସହିତ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଚାକିରି ରୁ ବହିଷ୍କୃତ କରିବା ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଅଛି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।

Shrutilipi ad