ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି I ସର୍ବପ୍ରଥମେ ଉପସ୍ଥିତ ଶିକ୍ଷକ ଓ ଛାତ୍ରମାନେ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୀବନ କାହାଣୀ ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସନ୍ତୋଷ ମହାନ୍ତି, ଯଶିପୁର ବ୍ଲକର ଶିକ୍ଷକ ସୁଶାନ୍ତ କୁମାର ପୃଷ୍ଟି ଜଣେ ସଫଳ କ୍ରୀଡ଼ାବିତ ହେବାପାଇଁ ହେଲେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ କଠିନ ପରିଶ୍ରମ, ଏକାଗ୍ରତା, ଅନୁଶାସନ, ସମୟାନୁବର୍ତ୍ତୀ ଆଦି ଗୁଣାବଳୀକୁ ଅବଲମ୍ବନ କରିବାକୁ ଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ I ଏହି ଅବସରରେ ବିଦ୍ୟାଳୟର ପ୍ରତିଭାବାନ ଖେଳାଳି ବାବା ସିଂ, ଗୟା ଟୁଡୁ, ଦେବାଶିଷ କୁଁଅର, ସଂଜିତ ସିଂହ, କିସୁନ କିସ୍କୁ, ସୁନାରାମ ହେମ୍ବ୍ରମ, ନିମାଇ ମୁର୍ମୁ, କ୍ରିଷ୍ଣା ଦତ୍ତ ଓ ଦେବାଶିଷ ଗିରିଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା I ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଭିଷେକ ବେହେରାଙ୍କ ସମେତ ୱାର୍ଡେନ ସରୋଜ କୁମାର ସାବତ, ଏକାଉଣ୍ଟେଣ୍ଟ ଗୌତମ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

