Photo1

ଏନଏସି ମାନ୍ୟତା ପ୍ରସଙ୍ଗରେ ଆଗରପଡ଼ା ବନ୍ଦ, ସାମିଲ ହେଲେ ବିଧାୟକ ସଂଜୀବ ମଲ୍ଲିକ

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲାର ଆଗରପଡ଼ାକୁ ବିଜ୍ଞାପିତ ପରିଷଦ ଅଂଚଳ ବା ଏନଏସି ରାଜ୍ୟ ସରକାର ସଦ୍ୟ ପ୍ରକାଶିତ ତାଲିକାରେ ବାଦ୍ ଦେଇଥିବାରୁ ସଂପୃକ୍ତ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅସନ୍ତୋଷ ବ୍ୟକ୍ତ ସ୍ୱରୂପ ଗୁରୁବାର ବିଜୁ ଜନତାଦଳ ପକ୍ଷରୁ ଆହୂତ ଆଗରପଡ଼ା ବନ୍ଦ ଡ଼ାକରା ସଂପୂର୍ଣ୍ଣ ସଫଳ ହୋଇଛି । ଏହି ବନ୍ଦ ଡାକରାରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ, ବ୍ୟବସାୟୀ, ମହିଳା ଓ ଯୁବଛାତ୍ର ଆଦି ସକାଳ ୬ ରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରା, ପଥପ୍ରାନ୍ତ ସଭା ଓ ଗଣଧାରଣାରେ ସାମିଲ ହୋଇଥିଲେ । ଏହି ଅବସରରେ ମୁଖ୍ୟ ବଜାର କଲେଜଛକରେ ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲାପରିଷଦ ସଭ୍ୟା ରୁନିତା ଦାସ, ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥି, ସଂପାଦକ ରବିନ୍ଦ୍ର ଆଇଚ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ମହାନ୍ତି, ସରପଂଚ ପ୍ରକାଶ ବିଶ୍ୱାଳ, ନିହାର ରଂଜନ ପଣ୍ଡା, ବିନୋଦିନୀ ମହାନ୍ତି, ମାଳତୀ ଲତା ପୃଷ୍ଟି, ମୀନାରାଣୀ ଜେନା, ଗୀତିକା ଭୋଇ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ଶୁଶୀଳା ଜେନା, ସମିତିସଭ୍ୟ ନିର୍ମଳ ନାୟକ, ବରିଷ୍ଠ ନେତା ଶ୍ରୀନାଥ ମହାନ୍ତି, ଅଶୋକ ପାଣିଗ୍ରାହୀ, ସେକ୍ ଜଇନୁଲ ଆବେଦିନ, ନନ୍ଦକିଶୋର ନାୟକ, ଲିଙ୍ଗରାଜ ତ୍ରିପାଠୀ, ବିଷ୍ନୁ ମୋହନ ଜେନା, ବାବୁରାମ ମଲ୍ଲୀକ, ଗଗନ ସିଂହ,ଯୁବନେତା ସତ୍ୟସାଧନ ବେଜ, ପ୍ରଦ୍ୟୁମ୍ନ ପୁହାଣ, ସୁରେଶ ପୃଷ୍ଟି, ଜିତେନ୍ଦ୍ର ଶତପଥି ପ୍ରମୁଖ ଐତିହ୍ୟ ସଂପନ୍ନ ମାଟି ଆଗରପଡ଼ାକୁ ଏନଏସି କରିବାକୁ ଦାବି କରିଥିଲେ । ନୂତନ ଏନଏସି ଗଠନ ପାଇଁ ଆଗରପଡ଼ା ସମସ୍ତ ସର୍ତ୍ତାବଳୀ ପୂରଣ କରୁଛି । ପୂର୍ବରୁ ବିଜେଡ଼ି ସରକାର ସଂପୃକ୍ତ ଅଂଚଳକୁ ବିଜ୍ଞାପିତ ପରିଷଦ ଅଂଚଳ ନେଇ ପ୍ରସ୍ତାବ ଘୋଷଣା କରିବା ପରେ ବର୍ତ୍ତମାନ ସରକାରଙ୍କୁ ଜିଲ୍ଲା ପ୍ରଶାସନଙ୍କ ଜରିଆରେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜପତ୍ର ଦିଆଯାଇ ସାରିଛି । କିନ୍ତୁ କାହିଁକି ଆଗରପଡ଼ା ଏଥିରୁ ବାଦ ପଡ଼ିଲା ତାହା ଅଂଚଳବାସୀଙ୍କୁ ମର୍ମାହତ କରିଛି । ବରପୁତ୍ରଙ୍କ ମାଟି ପ୍ରତି ଏହା ଅସମ୍ମାନ ବୋଲି ବକ୍ତାମାନେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଗକୁ ୯ଗୋଟି ସ୍ଥାନକୁ ଏନଏସିି ଘୋଷଣା ବାକିଥିବା ବେଳେ ଆଗରପଡ଼ାକୁ ଅଗ୍ରାଧିକାର ଭିତ୍ତିିରେ ସ୍ଥାନୀତ କରିବା ନେଇ ସେମାନେ ଦୃଢ଼ ଦାବି କରିଛନ୍ତି । ପ୍ରାରମ୍ଭରେ ଆଗରପଡ଼ା କୁଆଁସମଢ଼ିଆ ଛକ ଠାରୁ ଶତାଧିକ କର୍ମୀ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଆସି ବରପୁତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଜରିଆରେ ଏନଏସିି ଦାବି ଉପସ୍ଥାପନା କରିଥିଲେ । ଶେଷରେ ଗଣଧାରଣା ସ୍ଥାନରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପହଚିଂବା ପରେ ଧାରଣାକାରୀ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଏନଏସି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ବସନ୍ତ ପତି, ଧରଣୀ ପୃଷ୍ଟି, ମାନସ ରଂଜନ ପଟ୍ଟନାୟକ, ଦୀପକ ମହାନ୍ତି, ଜୟଦେବ ସିଂହ, ଜିତେନ୍ଦ୍ର ଶଡ଼ଙ୍ଗୀ, ଭିସ୍ମେଶ୍ୱର ଦାସ, ବିଷ୍ନୁ ମୋହନ ସାହୁ, ବ୍ରଜମୋହନ ମହାନ୍ତି, ଦିପ୍ତିରଂଜନ ଜେନା, ଦିଲ୍ଲୀପ ପୁହାଣ, ପରେଶ ନାୟକ,ଶଙ୍କର୍ଷଣ ରଥ,ଅକ୍ଷୟ ସାମଲ,ରମାକାନ୍ତ ବାରିକ, ମାମୁନ ସିଂହ, ସୁକାନ୍ତ ଦାସ, ଛାତ୍ରନେତା ହିମାଦ୍ରୀ ମହାନ୍ତି, ଦିପ୍ତିରଂଜନ ଦାଶ, ଗଜେନ୍ଦ୍ର ମଲ୍ଲୀକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଆଇନ ଶୃଙ୍ଖଳା ନିମନ୍ତେ ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନାଙ୍କ ତତ୍ତ୍ୱାବଧାନରେ ଏକପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

Shrutilipi ad