Stock vector vigilance premium quality rubber stamp 379316602

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ରାଜ୍ୟ

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।  ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ତାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା।  ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ଅଜିତ କୁମାର ସୁବୁଦ୍ଧିଙ୍କର ଘାଟିକିଆ ଅଞ୍ଚଳରେ ବ୍ୟାକେରୀ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷର ତାଙ୍କର ଇନ୍‌ପୁଟ ଟ୍ୟାକ୍ସ କ୍ରେଡ଼ିଟ (ଆଇଟିସି) ୨ ଲକ୍ଷ ୨୭ ହଜାର ୧୪୭ ଟଙ୍କା ଟିକସ ରହିଥିଲା। ଏହି ଟିକସ ପୈଠ କରିବା ସହ ଜୋରିମାନା ଦେବା ଲାଗି ସହକାରୀ ଆୟୁକ୍ତ ସରିତା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହି ନୋଟିସ ପାଇବା ପରେ ଶ୍ରୀ ସୁବୁଦ୍ଧି ପହଞ୍ଚି ଜୋରିମାନା ଓ ଟିକସ କୋହଳ ଲାଗି ସହକାରୀ ଆୟୁକ୍ତଙ୍କୁ ଅନୁରୋଧ କରିଥିଲେ। ଏଥିଲାଗି ୨୫ ହଜାର ଟଙ୍କା ଶ୍ରୀମତୀ ବାରିକ ଦାବି କରିଥିଲେ। ଏନେଇ ଶ୍ରୀ ସୁବୁଦ୍ଧି ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହ ସହକାରୀ ଆୟୁକ୍ତଙ୍କୁ ଧରିବା ଲାଗି ଯୋଜନା କରିଥିଲା। ମଙ୍ଗଳବାର ସନ୍ଧ୍ୟାରେ ୟୁନିଟ୍‌-୪ ଅଞ୍ଚଳରେ କାର୍‌ରେ ବସି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଛକି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ କାବୁ କରି ନେଇଥିଲେ।

Shrutilipi ad