Station cuttack

କଟକ ରେଳ ଷ୍ଟେସନରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାଜ୍ୟ

କଟକ : କଟକ ରେଳ ଷ୍ଟେସନରେ ଅଘଟଣ । କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି ଛାତ ।  ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।  ଲୋକେ ଜୀବନ ବଞ୍ଚାଇବାକୁ  ଦୌଡିଥିଲେ ।

ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡିଛି ।

ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି।

Shrutilipi ad