Death 750x430 1
ରାଜ୍ୟ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ  ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ଦମ୍ପତିଙ୍କ ର ମଧ୍ୟ ମୃତ୍ୟୁ ଘଟିଛି। ମୃତକ ରାଗେଶ ପଟେଲ ଏବଂ ତାଙ୍କ ପତ୍ନୀ ରୀମା ପଟେଲ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Shrutilipi ad