Scb

ସ୍ୱାମୀ ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର

ରାଜ୍ୟ

ଆଗରପଡ଼ା :ସ୍ୱାମୀ ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ବନ୍ତଥାନା ଅନ୍ତର୍ଗତ ବାଙ୍ଗରପଦୀ ଗାଁରେ ଏପରି ଘଟଣା ଘଟିଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ପରେ ସ୍ୱାମୀ ନିଜର ସ୍ୱୀକୃତି ପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ନିଜ ସ୍ତ୍ରୀଙ୍କୁ ଗୁଳି ମାଡ଼ କରିଥିଲେ ବୋଲି କୁହାଯାଉଛି । ଫଳରେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ଏକ ମାଙ୍କଡ଼କୁ ଘଉଡ଼ାଇବାକୁ ଯାଇ ସ୍ୱାମୀ ଗୁଳି ମାଡ଼ କରୁଥିବା ସମୟରେ ଭୁଲ୍ ବଶତଃ ଗୁଳି ବାଜିଥିବା ଗୁରୁତର ସ୍ତ୍ରୀ ପ୍ରକାଶ କରିଛନ୍ତି । ଖବରପାଇ ବନ୍ତ ପୋଲିସ୍ କଟକସ୍ଥିତ ବଡ଼ ଡାକ୍ତରଖାନାରେ ପହଂଚି ତଦନ୍ତ କରିଥିବା ବେଳେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଅଂଚଳର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଯୋଗୁଁ ଅନେକ ସନ୍ଦେହ ଘନୀଭୂତ ହୋଇଛି । ପ୍ରକୃତ ଘଟଣା ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଶେଷ ହେବାପରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ।

Shrutilipi ad