ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ଜୀବିତ ଉଦ୍ଧାର ରାଜ୍ୟ August 24, 2025ONNLeave a Comment on ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ଜୀବିତ ଉଦ୍ଧାର ସମ୍ବଲପୁର: ସମ୍ବଲପୁରର ଚୌରାପୁର ସେତୁ ନିକଟରୁ ରବିବାର ପ୍ରତ୍ୟୁଷରେ ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ। ଏହାର କିଛି ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଅରିତା ବିସି ନାମକ ଏହି ଯୁବତୀଙ୍କୁ ଗୋବିନ୍ଦତୋଲା ସେତୁ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଠାବ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଝିଅଟି ସକାଳ ପ୍ରାୟ ୫.୩୦ ସମୟରେ ଏକ ସ୍କୁଲ ବ୍ୟାଗ ଧରି ସାଇକେଲରେ ସେତୁ ପାଖରେ ପହଞ୍ଚି ଉଛୁଳା ନଦୀକୁ ଡେଇଁ ପଡ଼ିଥିଲେ। ବ୍ୟାଗରେ ଏକ ମୋବାଇଲ୍ ଫୋନ୍ ଏବଂ ଏକ ଫିନାଇଲ୍ ବୋତଲ ମଧ୍ୟ ମିଳିଥିଲା। Share this: Click to share on Facebook (Opens in new window) Facebook Click to share on X (Opens in new window) X Like this:Like Loading...