ବାରିପଦା : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜାତଳାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ ତ୍ରି-ଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” (୧ମ ପ୍ରଯ୍ୟାୟ) ଉଦଯାପିତ ହୋଇଯାଇଛି | ଏଥିରେ ବିଜାତଳା ବ୍ଲକର ୫୭ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟନୀ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାରିକ ବେଶ୍ରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଜାତଳା ରଞ୍ଜନ କୁମାର ସାଣ୍ଡିଲ ଓ ସମସ୍ତ ସାଧନ କର୍ମୀ ଉପସ୍ଥିତ ଥିଲେ । ସହ-ସଂଯୋଜକ ତଥା ସାଧନ କର୍ମୀ ସାଗର କୁମାର ଦଳନାଏକ ତଥା ସାଧନ କର୍ମୀ ଭରତେନ୍ଦୁ ମହାନ୍ତ, ଶୁଭେନ୍ଦୁ ପାତ୍ର, ଲକ୍ଷ୍ମୀଧର ମହାନ୍ତଙ୍କର ଦ୍ୱାରା ତିନିଦିନଧରି କର୍ମଶାଳାଟି ସୂଚାରୁରୂପେ ପରିଚାଳିତ ହୋଇଥିଲା | ପ୍ରଶିକ୍ଷଣ ଦିବସର ଶେଷ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ନାରାୟଣ ମୁର୍ମୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ପ୍ରଶିକ୍ଷଣ ପେଟିକାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବୃତ୍ତିଗତ ବିକାଶ, ଜାତୀୟ ଶିକ୍ଷା ନୀତି-୨୦୨୦ର ପୁନର୍ବଳନ, ସାମଗ୍ରିକ ବିଦ୍ୟାଳୟ ବିକାଶ ପାଇଁ ୭ଟି ପରିସର ଚିହ୍ନଟକରଣ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନେତୃତ୍ଵର ଗୁଣାତ୍ମକ କୌଶଳ ବିକାଶ, ଉପଲବ୍ଧ ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତିକରଣ, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ପର୍ଯ୍ୟବେଶିତ ହୋଇଥଲା I

