ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତର ନୂଆଗାଁ ର ହୁଟୁବ ସାହି ରୁ ରାସ୍ତା ବେହାଲ l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି l ବିଶେଷ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତରଖାନା ଯିବାପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

