- ବିଶେଷଜ୍ଞମାନଙ୍କ ମାନସମନ୍ଥନ ଓ ସେମିନାର
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ ରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ରେ ନାଗରିକ ସମାଜ, ବରିଷ୍ଠ ନାଗରିକ, ବରିଷ୍ଠ ସାମ୍ବାଦିକ, ମହିଳା ଅଧିକାର କର୍ମୀ, ଏବଂ ଅଭିଭାବକମାନେ ଏକତ୍ରିତ ହୋଇ ଓଡ଼ିଶାରେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମାହୁତି ପ୍ରବୃତ୍ତି ଏବଂ ଅସମ୍ବେଦନଶୀଳ ଓ ସମ୍ବେଦନଶୀଳ ଗଣମାଧ୍ୟମ ରିପୋର୍ଟିଂ ଦ୍ୱାରା ଏହାର ଗମ୍ଭୀରତାକୁ ସମ୍ବୋଧନ କରିଥିଲେ।
ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଆତ୍ମାହୁତି ପ୍ରବୃତ୍ତି—ଯାହା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ଟ୍ରେଣ୍ଡ, ସାଙ୍ଗସାଥୀଙ୍କ ଚାପ, ଏବଂ ସମାଜର ଅପେକ୍ଷା ଦ୍ୱାରା ପରିଚାଳିତ—ଯୁବତୀମାନଙ୍କ ମଧ୍ୟରେ ଗମ୍ଭୀର ମାନସିକ ଚାପ ଓ ଦୀର୍ଘକାଳୀନ ମନୋବୈଜ୍ଞାନିକ କ୍ଷତି ସୃଷ୍ଟି କରୁଛି। ଅସମ୍ବେଦନଶୀଳ ଗଣମାଧ୍ୟମ ରିପୋର୍ଟିଂ ଏହି ସମସ୍ୟାକୁ ଆହୁରି ଗମ୍ଭୀର କରୁଛି, ସମ୍ବେଦନଶୀଳ ଶିରୋନାମା ଓ ନିନ୍ଦାତ୍ମକ ବିବରଣୀ କ୍ଷତିକାରକ ଆଚରଣକୁ ସାଧାରଣୀକରଣ କରୁଛି, ଆତ୍ମ-ସମ୍ମାନ ହ୍ରାସ କରୁଛି, ଏବଂ ବ୍ୟକ୍ତିଗତ ଗୌରବକୁ ହାନି ପହଞ୍ଚାଉଛି ଯାହା ରାଜ୍ୟରେ ଯୁବତୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ସମ୍ମାନ ଉପରେ ଗଭୀର ପ୍ରଭାବ ପକାଇ ଦିଗହରା ଭାବରେ ଆତ୍ମାହୁତି ପ୍ରବୃତ୍ତି କୁ ଆପଣେଇନେଉଛନ୍ତି II
ଏହି ସମସ୍ୟା ଉପରେ ବିଭିନ୍ନ ସାମାଜିକ ଚିନ୍ତାଶୀଳ ବ୍ୟକ୍ତି ଓ ବୃତ୍ତିଗତ ବିଶେଷଜ୍ଞମାନଙ୍କଠାରୁ ଅଧିକ ପରାମର୍ଶ ଓ ଧାରଣା ସଂଗ୍ରହ ପାଇଁ , ଗଣମାଧ୍ୟମମାନଙ୍କୁ ନୈତିକ ରିପୋର୍ଟିଂ ଏବଂ ସମ୍ବେଦନଶୀଳତା ଉପରେ ପରାମର୍ଶ ଏବଂ ନିବେଦନ ନିମନ୍ତେ ଏବଂ ଅପମାନଜନକ ଓ ପ୍ରୋତ୍ସାହିତ ସୃଷ୍ଟିକାରୀ ରିପୋର୍ଟିଂ କୁ ନିରୁତ୍ସାହିତ କରିବା ପାଇଁ ଓ ନିରୀକ୍ଷଣ କରିବା ପାଇଁ ବହୁ-ଅଂଶୀଦାରୀ ଟାସ୍କ ଫୋର୍ସ ଗଠନ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ପ୍ରଦାନ ଉପରେ ସମ୍ମିଳିତ ସହମତ ପ୍ରକାଶ କରିଥିଲେ ll
ଓଡ଼ିଶା ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି, ବୋଉ ଫାଉଣ୍ଡେସନ୍,ରାଜ୍ୟ ବରିଷ୍ଠ ନାଗରିକ ମହିଳା ସଂଘ, ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ ଏବଂ ମା’ ଘର ଫାଉଣ୍ଡେସନ ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିବା ଆଜିର ଆଲୋଚନାଚକ୍ର ରେ ଅବସରପ୍ରାପ୍ତ ପୁଲିସ ଡ଼ିଜି ଶ୍ରୀ ବିପିନ ବିହାରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ll ସମ୍ମାନୀୟ ଆଲୋଚକ ଭାବରେ ଡାକ୍ତର ସେବା ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସହଦେଵ ସାହୁ, ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଶ୍ରୀ ମନୋରଞ୍ଜନ ମିଶ୍ର, ମନସ୍ତତ୍ଵବିତ୍ତ ଡାକ୍ତର ଶୁଭେନ୍ଦୁ ମିଶ୍ର, ଅବସରପ୍ରାପ୍ତ ପୁଲିସ ପଦାଧିକାରୀ ସଂଘ ସଭାପତି ଶ୍ରୀ ସୂର୍ଯ୍ୟମଣି ତ୍ରିପାଠୀ ଆଲୋଚନା ରେ ଅଂଶ କରି ଉଦବେଗ ପ୍ରକାଶ କରିଥିବାବେଳେ ବୋଉ ଫାଉଣ୍ଡେସନ ପ୍ରତିଷ୍ଠାତା ଶ୍ରୀ ଅତିଶ ମହାନ୍ତି ଆଲୋଚନାଚକ୍ର ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ମା ଘର ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ll ଆଲୋଚନାଚକ୍ରରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ର ସଭାପତି ଆଇନଜୀବୀ ଶ୍ରୀ ମଧୁମାଧବ ଜେନା, ସମ୍ପାଦକ ଶ୍ରୀ ଯୁଗଳ ସାହୁ, ବିଦ୍ୟାଳୟ ଅଭିଭାବକ ସଂଘ ର ସଭାପତି ଶ୍ରୀ ବାସୁଦେବ ଭଟ୍ଟ ସମେତ ଗଣମାଧ୍ୟମ ସାମ୍ବାଦିକ, ସାମାଜିକ କର୍ମୀ, ମନୋବିଜ୍ଞାନୀ, ଶିକ୍ଷାବିତ୍ ମାନେ ଅଂଶଗ୍ରହଣ କରିଥିଲେ ll

