Photo for the news of agarpara mundali road

ଖାଲ ଖମାରେ ଭର୍ତ୍ତି ଆଗରପଡ଼ା-ମୁଣ୍ଡଳୀ ରାସ୍ତା

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାରୁ ମୁଣ୍ଡଳୀ ପର୍ଯ୍ୟନ୍ତ ଲମ୍ବିଥିବା ୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଆବଶ୍ୟକୀୟ ମରାମତି ଅଭାବରୁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ଦୀର୍ଘ ବର୍ଷ ଧରି ଖରାପ ହୋଇପଡ଼ିବା ପରେ ଗତ ୨୦୧୯-୨୦ ଆର୍ôଥକ ବର୍ଷରେ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରା ଯାଇଥିଲା ।ଏଥିନେଇ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ମାତ୍ର କିଛିବର୍ଷ ପରେ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇ ପଡ଼ିଲାଣି । ଗାଡ଼ିମଟର ଯିବା ଦୂରେଥାଉ ଖାଲି ପାଦରେ ଯିବା ମଧ୍ୟ ସମ୍ଭବପର ହେଉନାହିଁ । ଲଗାଣ ବର୍ଷାରେ ଖାଲ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିରହି ଡେଙ୍ଗୁକୁ ଆମନ୍ତ୍ରଣ କଲାଣି । ବିଭିନ୍ନ ଗାଁର ଶତାଧୀକ ଲୋକ ପ୍ରତିଦିନ ଏହି ରାସ୍ତା ଦେଇ ଯାଆଆସ କରିଥାନ୍ତି । ମାତ୍ର ସେପରି ସ୍ଥଳେ ଏହି ରାସ୍ତା ମରାମତି ପାଇଁ କେହି ଦୃଷ୍ଟି ଦେଇପାରି ନାହାଁନ୍ତି ।

Shrutilipi ad