ବାରିପଦା: ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ।ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୩ କିମି ଦୂର ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣାପାଣି ନୋ ଏଣ୍ଟ୍ରି ପଏଣ୍ଟ ପାଖରେ ଆଜି ବୁଧଵାର ସଂନ୍ଧ୍ଯା ୭ ଟା ପାଖାପାଖି ସମୟରେ ପିକ୍ ଅପ୍ ଭେନ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣା ପାଣି ଗ୍ରାମର ସପନ ମହାନ୍ତ(୬୪) ସାଇକେଲରେ ପୁରୁଣା ପାଣି ନୋ ଏଣ୍ଟ୍ରି ପଏଣ୍ଟ ପାଖରେ ରାସ୍ତା ପାରୋଉ ଥିବା ସମୟରେ ଵହଳଦା ପଟୁ ଆସୁଥିବା ଅଶୋକ ଲିଲାଣ୍ଡ ପିକ୍ଅପ୍ ଭେନ୍ ( ଓଡି ୧୧ ଇ ୦୨୪୧) ଦୃତ ଗତିରେ ଆସି ସପନଙ୍କୁ ଧକ୍କା ଦେବା ଫଳରେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପପିସିଆର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚାଇ ଥିଲେ ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ବିଜେପିର ଆଗଧାଡିର ଜଣାଶୁଣା ନେତା ଥିଲେ । ଖବର ପାଇ ବିଜେପି ନେତୃବୃନ୍ଦ ,ଗ୍ରାମବାସୀ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚି ଥିଲେ ।ସପନ ମହାନ୍ତ ଜଣେ ଅମାୟିକ,ମିଷ୍ଟଭାଷୀ ,ପରୋପକାରୀ ଓ ସମାଜସେବୀ ଥିଲେ । ସିଏ ପୂର୍ବରୁ ସାମ୍ବାଦିକତା ମଧ୍ୟ କରୁଥିଲେ ।ପୋଲିସ ଅଧିକ ତଦନ୍ତ କରୁଅଛି ।

