ବାରିପଦା: ଷ୍ଟାଡିୟମ ପରିସରରେ ଇଣ୍ଡୋର ଷ୍ଟାଡିୟମରେ କେଟି ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଅଲ୍ ଓଡିଶା ବେଡ଼ ମିଣ୍ଟନ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଙ୍ଗଲ୍ସ ରେ ମନିଷ ପାଲ ଚମ୍ପିୟାନ ହୋଇଥିବାବେଳେ ରଥ ଗୁନିଆ ଦିତୀୟ ସ୍ଥାନ ଏବଂ ରିତେନ ଜୟସ୍ବାଲ ତୃତୀୟ ସ୍ଥାନ ଦାଖଲ କରିଛନ୍ତି ।
ସେହିଭଳି ଡବଲ୍ସରେ ରଥ ଗୁନିଆଏଵଂ ରିତେନ ଜୟସ୍ବାଲ ଯୋଡ଼ି ଚମ୍ପିୟାନ ହୋଇଥିବାବେଳେ ମାନସ ମହାନ୍ତି ଏବଂ ହେମନ୍ତ ବାରିକ ଯୋଡ଼ି ଦିତୀୟ ସ୍ଥାନ ଏବଂ ମନିଷ ପାଲ ଏବଂ ବଦ୍ରି ପ୍ରସାଦ ଗିରି ତୃତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଟୁର୍ନାମେଣ୍ଟ କୁ ଆୟୋଜନ କରିଛନ୍ତି ଆଈ ଆଈ ଜି ସ୍ପଟସ ଏକାଡେମୀ ର ଡାଇରେକ୍ଟର ଅଂଶୁମାନ ବଳ l ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ରେଞ୍ଜର ଜ୍ଯୋତି ରଞ୍ଜନ ସେନାପତି ଯୋଗ ଦେଇ ଵିଜେତାମାନଙ୍କୁ ମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।

