Saturday, March 07, 2026
Pola

ପୋଟେରୁ ଓ କାଙ୍ଗୋରୁକୋଣ୍ଡା ପୋଲ ଉପରେ ୪ ଫୁଟ୍ ପାଣି, ଯାତାୟତ ଠପ୍

ରାଜ୍ୟ

ମାଲକାନଗିରି: ଛାଡ଼ିଲା ବର୍ଷା, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଲଗାଣ ବର୍ଷା ଯୋଗୁ ଏବେ ବି କାଙ୍ଗୋରୁକୋଣ୍ଡା ଓ ପୋଟେରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୩୨୬ ନଂ ଜାତୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ଅବଶ୍ୟ ଆଜି(ସୋମବାର) ମାଲକାନଗିରି ଜିଲ୍ଲାର  ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ପଅରଦିନ ପ୍ରବଳ ବର୍ଷା ଯୋଗୁଁ ଏମଭି ୯୬ ପୋଲ ଉପରେ ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉ ଥିବାରୁ ଯାନବାହାନ ଚଳାଚଳ ଠପ୍ ହୋଇ ଯାଇଥିଲା। ତଳୁଆ ପୋଲ, ପ୍ରତିବର୍ଷ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥ ଉପରେ ଥିବା ଏମଭି ୯୬ ପୋଲଟି ବୁଡ଼ି ଯାଇଥିଲା। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅନ୍ୟ ପକ୍ଷରେ ୩/୪ ବର୍ଷ ତଳେ ଏହି ପୋଲ ନିକଟରେ ଏକ ହାଇଲେବଲ ପୋଲ ନିର୍ମାଣ କରାଯାଉ ଥିଲେ ମଧ୍ୟ ତାହା ବି ଅସମ୍ପୂର୍ଣ ହୋଇ ପଡ଼ିରହିଥିଲା। ଏଥି ସହିତ ବିପଦପୂର୍ଣ୍ଣ ଭାବରେ କିଛି ଅମାନିଆ ଗାଡ଼ି ଚାଳକ ପୋଲ ଉପରେ ଗାଡ଼ି ନେଇ ଯାଉଥିବାର ଦେଖା ଯାଇଥିଲା।

Shrutilipi ad