ବାରିପଦା : ଆଜି ମିଳିତ ଭାବେ ଇଣ୍ଡିଆ ମେଣ୍ଟ, ମୟୁରଭଞ୍ଜ, ବାରିପଦା ପକ୍ଷରୁ ମୁଖ୍ୟ ବଜାରର ସେବା ସଂଘ ହଲ୍ ସମ୍ମୁଖରେ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ବାମପନ୍ଥୀ ନେତା ସାଥୀ ଜଗବନ୍ଧୁ ମିଶ୍ର ପତାକା ଉତ୍ତୋଳନ କରି କଷ୍ଟ ଲବ୍ଧ ସ୍ବାଧୀନତାର ଅମର ସହିଦ୍ ସଂଗ୍ରାମୀମାନଙ୍କ ସ୍ମୃତି ରୋମନ୍ଥନ କରିଥିଲେ। ସାଥୀ ରବି ଗୋସ୍ୱାମୀ ବକ୍ତବ୍ୟରେ ସ୍ବାଧୀନତାର ସୁଫଳ ପୁଞ୍ଜିବାଦୀ ବ୍ୟବସ୍ଥା ଦ୍ବାରା ସଂକ୍ରମିତ ହୋଇ ଭୟଙ୍କର ରୂପ ନେଉଥିଲା ବେଳେ ଏହାକୁ ବଞ୍ଚାଇ ରଖିବାକୁ ପୁଣି ଏକ ସଂଗ୍ରାମର ଆବଶ୍ୟକତା ରହୁଛି।
ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ନ ହୋଇ ପାରିଲେ ସ୍ବାଧୀନତାର ମୂଲ୍ୟ ରହିବ ନାହିଁ ବୋଲି ଶ୍ରୀ ଶାନ୍ତନୁ କୁମାର ପାଲ କହିଛନ୍ତି। ଆଜିର ଏହି ପୂଣ୍ୟ ଦିବସରେ ସର୍ବ ଶ୍ରୀ ଶ୍ରୀକାନ୍ତ ସାମଲ,ରାକେଶ ଜେନା,ଅଖୟ କୁମାର ଖୁଣ୍ଟିଆ, ମଦନମୋହନ ଦାସ, ନିର୍ମଳ ପ୍ରଧାନ,ସେକ୍ ରିଜୁଆନ, ରାକେଶ ସାହୁ, ଖିତିଶ ଚନ୍ଦ୍ର ଶାସମଲ, ରବିନ୍ଦ୍ର ପ୍ରଧାନ, ଗୋସେଇଁ ମହାନ୍ତ,କାଳୀଚରଣ ନାଏକ,ଅଜୟ କୁମାର ସାହୁ, ହାବୁଲୁ ଭାଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

