ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ଏକକ ଅଭିନୟ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ କୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ତାଙ୍କର ମହାନ ଲୀଳାବିଷୟରେ ବର୍ଣ୍ଣନାକରିବା ସହ ବଂଶୀ ଧରି ନୃତ୍ୟ ପରିବେଷଣ କରିଥିଲେ ।
ଏଥିରେ ଅତିଥିଭାବେ ପ୍ରାକ୍ତନ ଶିକ୍ଷକ ନକୁଳ ଚରଣ ବାରିକ,ପ୍ରକାଶ ଚନ୍ଦ୍ର ସାହୁ ,ପ୍ରଧାନ ଗୁରୁମା ଇତିଶ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରିଥିଲେ । ଏହାକୁ ବିଦ୍ୟାଳୟ ଗୁରୁମା ଦମୟନ୍ତି କରଶର୍ମା ,ଉଷାରାଣୀ ବେହେରା,ମିନତିଲତା ରାଉତ,ସବିତା ଦାସ,ସଶ୍କିତା ପତି,ପ୍ରଭାତି ପତି,ସ୍ୱୈଭାଗ୍ୟମଞ୍ଜରୀ ପରିଡା ,ସାବିତ୍ରୀ ମାଝୀ,ନିରୁପମା ପାଣିଗ୍ରାହୀ , ଗୁରୁଜି ସନିଲ ରାଉଳ,ମାନସ ନାୟକ,ସହାୟିକା ରେବତୀ ବାରିକତ୍ତପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ ବନ୍ତ ସରସ୍ୱତୀ ଶିଶୁମନ୍ଦିର,ତୋଡ଼ଗାଁ ସ୍ଥିତ ସ୍ୱାମୀ ବିବେକାନଂଦ ଶିଶୁ ମନ୍ଦିରରେ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

