ଆଗରପଡ଼ା : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ କଂପ୍ୟୁଟର୍ସ ପକ୍ଷରୁ ନିର୍ଦ୍ଦେଶକ ବିନୋଦ ଧଳ ସାମନ୍ତ ପତାତା ଉତ୍ତୋଳନ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶିକା ମୋନାଲିସା ମହାନ୍ତି ଉଦ୍ବୋଧନ ଦେଇଥିଲେ । ଆଗରପଡ଼ା ଆଚଂଳିକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପରିସରରେ ସଭାପତି ରାମଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥି,ସଂପାଦକ ରବିନ୍ଦ୍ର ଆଇଚ,ବରିଷ୍ଠ ସଭ୍ୟ ସନାତନ ପଲେଇ,ସୁଦର୍ଶନ ଦଳେଇ,ପ୍ରଫୁଲ୍ଲ ସାମଲ,ଜଗନ୍ନାଥ ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ ।
ସେହିପରି ବନ୍ତ ବ୍ଳକର ୨୫ଟି ପଂଚାୟତର ବିଭିନ୍ନ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ,ଥାନା,ଦମକଳ କେନ୍ଦ୍ର ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

