Photo for the news of sreeaurobindo

ଶ୍ରୀଅରବିନ୍ଦଙ୍କ ୧୫୩ତମ ଜନ୍ମଜୟନ୍ତୀ

ରାଜ୍ୟ

ଆଗରପଡ଼ା  : ବନ୍ତ ବ୍ଳକ ଆଗରପଡ଼ାସ୍ଥ ଟିକିରା ସ୍ଥିିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ,ଆଧ୍ୟାତ୍ମିକ ଗୁରୁ,ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୩ତମ ଜନ୍ମଜୟନ୍ତୀ ଓ ଭାରତର ୭୯ତମ ସ୍ୱାଧୀନତା ଦିବସ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚରଣ ବେହେରା ଜାତୀୟ ପତାକା ଓ ମାତୃଭକ୍ତ ଉମାକାନ୍ତ ଘଡ଼େଇ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ । ଦିବ୍ୟ ଜନନୀ ଶ୍ରୀମା ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କ ଚରଣ କମଳରେ ଧୂପ ପୁଷ୍ପ ଅର୍ପଣ ପୂର୍ବକ ୨ମିନିଟ ନୀରବ ଧ୍ୟାନ ପରେ ଦୁର୍ଗା ସ୍ତୋତ୍ର ଓ ମା’ ପୁସ୍ତକ ପଠନ ପରେ ଶ୍ରୀଅରିବନ୍ଦଙ୍କ ଜୀବନ ଓ ଆଦର୍ଶ ସମଗ୍ର ମାନବ ଜୀବନର ସମସ୍ୟାର ସମାଧାନ ନିମିତ୍ତ ଉତ୍ସର୍ଗୀକୃତ ଥିଲା । ପାର୍ଥୀବ  ଜୀବନର ସମସ୍ତ ସମସ୍ୟାର ନିଦାନ ସ୍ୱରୂପ ସେ ମନୁଷ୍ୟ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରିତ ହୋଇପାରିବାର ମନ୍ତ୍ର ଏ ସାରା ସଂସାରକୁ ସେ ପ୍ରଦାନ କରିଛନ୍ତି ।

ଭାରତ ବର୍ଷର ସ୍ୱାଧୀନତା ତାଙ୍କର ପ୍ରଥମ ସ୍ୱପ୍ନ ଥିଲା । ଅନୁଷ୍ଠିତ ବୈଠକରେ ଶ୍ରୀମା ଙ୍କର ଏକ ବାଣୀ “ହେ ଭାରତ ବର୍ଷ! ସତ୍ୟ ଏବଂ ଆଲୋକର ଭୂମି ! ଉଠ,ଜାଗ୍ରତ ହୁଅ,ପୃଥିବୀକୁ ତାର ଯଥାର୍ଥ ପଥ ଦେଖାଅ” ଆଲୋଚନା କରା ଯାଇଥିଲା । ଆଲୋଚନା ଚକ୍ରରେ ଶ୍ରୀ ବେହେରା,ଶ୍ରୀ ଘଡ଼େଇ,ଦେବାଶିଷ ମହାନ୍ତି,ନିରୋଜ ଆଇଚ,ଅନନ୍ୟା ପଣ୍ଡା,ସୁରେଶ ଦାସ,ପୟୋଧର ବାରିକ,ଅମୂଲ୍ୟ ସାହୁ,ଉଲ୍ଲାସ ବାରିକ,ରଶ୍ମୀ କଟୁଆଳ ପ୍ରମୁଖ ମାତୃ ପ୍ରେମୀ ଉପସ୍ଥିତ ଥିଲେ । ମ୍ୟାନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।