ବାରିପଦା : ସ୍ଥାନୀୟ ଓଡ଼ିଆ ରକ୍ତ କେନ୍ଦ୍ର, ବାରିପଦା ପରିସରରେ ମା’ ତୁଳସୀ ଫାଉଣ୍ଡେସନର ସଦସ୍ୟା ନିଭା ସାହୁଙ୍କ ବିବାହ ବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଓ ସୋମନାଥ ସିଂହ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ଫାଉଣ୍ଡେସନର ପ୍ରତିଷ୍ଠାତା ରଞ୍ଜୀତା ଦଳେଇ, ଗ୍ଲୋବାଲ ନିମ ଫାଉଣ୍ଡେସନର ପ୍ରତିଷ୍ଠାତା ବିମ୍ବାଧର ସାହୁ, ସାମ୍ବାଦିକ ହିମାଂଶୁ ପ୍ରହରାଜଙ୍କ ସମେତ ୧୦ ଜଣ ରକ୍ତଦାନ କରିଥିଲେ I ସ୍ଵାଗତିକା ମହାନ୍ତ, ବନ୍ଦିତା ସାହୁ, ନର୍ମଦା ମୁଦୁଲି, ଅରବିନ୍ଦ ମୁଖି, ରବୀନ୍ଦ୍ର ଦାସ, ବିକାଶ ସାହା ପ୍ରମୁଖ ଶିବିର ପରିଚାଳନା କରିଥିଲେ I

