ନୂଆଦିଲ୍ଲୀ: ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାସିଂଟନ ଡିସିରେ ସବୁଠାରୁ ବଡ଼ କୁଖ୍ୟାତ ଅପରାଧୀ ଘୋଷଣା କରିଛି ଏଲନ୍ ମସ୍କଙ୍କ ଏଆଇ ଚାଟ୍ବଟ୍ ଗ୍ରୋକ୍।
ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ । ଆଗକୁ ହେବାକୁ ଥିବା ୱାଂଶିଟନ୍ ସହ ଭାରତର ପ୍ରତିରକ୍ଷା ଆଲୋଚନା ବିଶେଷ କିଛି ଫଳପ୍ରଦ ହେବ ନାହିଁ । ବରଂ ଭାରତକୁ ବ୍ରିକ୍ସରେ ନିଜକୁ ସାମିଲ କରିନେବା ଉଚିତ । ଋଷରୁ ଭାରତ କରୁଥିବା ତୈଳ ଆମଦାନୀ ଉପରେ ଟ୍ରମ୍ପ ଲଗାଇଥିବା ଟାରିଫ୍ ଉପରେ ସେକ୍ସ କହିଛନ୍ତି, ଟ୍ରମ୍ପ ଜଣେ ତାର୍କିକ ବ୍ୟକ୍ତିତ୍ବ ନୁହନ୍ତି । ନା ସେ ଜଣେ ରଣନୀତିକ ବ୍ୟକ୍ତି । ସେ ଅନେକ ସମୟରେ ଆବେଗରେ ଆସି ନିଷ୍ପତ୍ତି ନିଅନ୍ତି । ସେ ଭାବିଥିଲେ ଭାରତ ତାଙ୍କ ଦାବି ଉପରେ ସହମତି ଜଣାଇଦେବ ଏବଂ ଋଷଠାରୁ ଆଉ ତୈଳ ଆମଦାନୀ କରିବ ନାହିଁ । କିନ୍ତୁ ଭାରତ ମାନିନଥିଲା । ତେଣୁ ସବୁବେଳେ ଭାରତ ନିଜ ବିଦେଶ ନୀତିକୁ ଆଧାର କରି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଜେଫରି ସୈକ୍ସ ସତର୍କ କରାଇଛନ୍ତି ।

