Img 20250813 wa0183

ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ସମ୍ଭନ୍ଧୀୟ ସଚେତନତା ରଥ ଶୁଭାରମ୍ଭ

ରାଜ୍ୟ
ବାରିପଦା – ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ  ବିପର୍ଯୟ ପରିଚାଳନା କତୃପକ୍ଷ, ମୟୂରଭଞ୍ଜଙ୍କ ତରଫରୁ ବଜ୍ରପାତ ଜନିତ ଆକସ୍ମିକ ବିପଦରୁ ରକ୍ଷା ପାଇବା ପାଇଁ  ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି ଉକ୍ତ ସଚେତନତା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଶ୍ରଦ୍ଧା ସୁମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ରଥ  ସହରରେ ପରିକ୍ରମା କରି ଲୋକଙ୍କୁ  ବଜ୍ରପାତରୁ ରକ୍ଷା ପାଇବାର ବାର୍ତ୍ତା ମାନ ପ୍ରଚାର କରିବ। ଯଥା ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାଇବା ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସିଵା। ମୋଟା ଚଦର ଛାତ ଥିବା ଗାଡ଼ି ଯଥା କାର୍, ବସ୍ ଆଦି ଯାନ ମଧ୍ୟ୍ୟ ନିରାପଦ ସ୍ଥାନକୁ ଚାଲିଯିବା । ଘର ଭିତରେ ଥିବାବେଳେ ଝରକା,କବାଟ ଏବଂ କାନ୍ଥ ଠାରୁ ଛାଡ଼ିକରି ରୁହିବା। ବିଦ୍ୟୁତ୍ ସୁପରିବାହୀ ବସ୍ତୁଠାରୁ ଦୂରରେ ରହିବା। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାକିଜୁକି ହୋଇ ରହିବା । ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିବା  ଯଥାସାଧ୍ୟ  କମ୍ ଉଚ୍ଚତାରେ ରହିବା । ମୁଣ୍ଡ ବାଳ ଠିଆ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡି ତୁରନ୍ତ ଚାଲି ଯିବା । .ଯଦି ଗାଡ଼ି ଚଳାଉଥାନ୍ତି, ଏହାକୁ ଆସ୍ତେ ଚଳାନ୍ତୁ,ଗଛ କିମ୍ବା ବିଦ୍ୟୁତ୍ ତାର ଓ ଖୁଣ୍ଟ ଠାରୁ ଯଥାସମ୍ଭବ ଦୂରରେ ରହିବା .ପୋଖରୀ ଅଥବା ଜଳାଶୟ ନିକଟରେ ନ ରହିବା।  ପାଣି ଭିତରୁ କିମ୍ବା ଡଙ୍ଗା ଭିତରୁ ଯଥାଶୀଘ୍ର କୂଳକୁ ବାହାରି ଆସିବା ଓ ନିରାପଦ ସ୍ଥାନକୁ ଚାଲିଯିବା ସହିତ ବଜ୍ରପାତର ସମ୍ଭାବନା ଦେଖା ଦେଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖିବା ଇତ୍ୟାଦି ବିଷୟରେ ଉକ୍ତ ରଥ ସଚେତନତା ବାର୍ତ୍ତା ଲୋକମାନଙ୍କ ନିକଟରେ ପହଂଚାଇବ l
Shrutilipi ad