Img 20250812 wa0173

ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ସହିତ ଫ୍ରିଜ ଜବତ, ଜଣେ ଗିରଫ

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ  ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ  ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଅବକାରୀ ନିରୀକ୍ଷକ  ବିନୟ ପ୍ରକାଶ ତୀର୍କୀ ଓ  ଅବକାରୀ ଥାନା ସହ ଉପ-ନିରୀକ୍ଷକ  ସୁଧାଂଶୁ କୁମାର ବେହେରା ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା  ବିଜାତଳା ହାଟ ଛକ ନିକଟରେ ଚଢ଼ାଉ କରାଯାଇ ୪୪.୬୪୦ ଲିଟର ବିଦେଶୀ ମଦ ଓ ୧୦୬.୨୦୦ ଲିଟର ବିଅର ଓ ଗୋଟିଏ ଫ୍ରିଜ ଜବତ କରିବା ସହିତ ବିଜାତଳା ଗ୍ରାମର ଶରତ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ବିଦେଶୀ ମଦ, ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ଯଶିପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ, ଶୁକୃଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ବିନ୍ଧାଣୀ, ସହ ଉପ-ନିରୀକ୍ଷକ ବିଶ୍ୱନାଥ ମହନ୍ତ ଓ ଶମ୍ଭୁନାଥ ପାତ୍ର, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ସୁରେନ୍ଦ୍ର ସୋରେନ, କାଶୀନାଥ ସୋରେନ, ଚୂଡ଼ାମଣି ସିଂ, ସୀତାମଣୀ ମୁର୍ମୁ ପ୍ରଭୃତି ସାମିଲ ଥିଲେ  ।
Shrutilipi ad