Tra

ବିପଦକୁ ଡାକୁଛି ଖୋଲା ଟ୍ରାନ୍ସଫର୍ମର

ରାଜ୍ୟ

ଆଗରପଡ଼ା :ଟାଟା କଂପାନୀ ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରେ ଟ୍ରାନ୍ସଫର୍ମର ବସିଥିବା ସ୍ଥାନକୁ ଲୁହା ଘେରାବନ୍ଧ କରୁଥିବାର ପରିଲକ୍ଷିତ ହେଉଛି । ମାତ୍ର ଆଗରପଡ଼ାସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ସାମ୍ନାରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି । ଜନଗହଳିପୂର୍ଣ୍ଣ ପୂର୍ଣର୍ ବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ୱ ଓ ହାଇସ୍କୁଲ ଛାତ୍ରମାନେ ଯାଆ ଆସ କରୁଥିବା ସ୍ଥାନରେ ଥିବା ଏହି ମୁକୁଳା ଟ୍ରାନ୍ସଫର୍ମର ବିପଦକୁ ଆମନ୍ତ୍ରଣ କରୁଛି । ଏହାଛଡ଼ା ଗୋରୁଗାଈ ମାନେ ମଧ୍ୟ ଟ୍ରାନ୍ସଫର୍ମର ତଳେ ଚରା ବୁଲା କରୁଛନ୍ତି ।ଏହି ଟ୍ରାନ୍ସଫର୍ମର ବସିଥିବା ସ୍ଥାନକୁ ଘେରାବନ୍ଧ କରିବାକୁ ସାଧାରଣରେ ଦାବି ହେଉଛି ।

Shrutilipi ad