Img 20250810 wa0208

ଜାତୀୟ ନାଟ୍ୟ ମହୋତ୍ସବର ପୋଷ୍ଟର୍ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ବାରିପଦା : ଆଜି ପୂର୍ବାହ୍ନରେ ବାରିପଦା ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ : ବାରିପଦା” ଦ୍ବାରା ସେପ୍ଟେମ୍ବର ମାସ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଜାତୀୟ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମହୋତ୍ସବର ପୋଷ୍ଟର ଉନ୍ମୋଚିତ କରିବା ସହ ମହୋତ୍ସବର ସଫଳତା କାମନା କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବାରିପଦା ବିଧାୟକ ପ୍ରକାଶ ସୋରେନ ମହୋତ୍ସବର ପରିଚୟ ପତ୍ର କାର୍ଡ ରିଲିଜ କରିବା ସହ ମହୋତ୍ସବର ସଫଳତା ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ I ମହୋତ୍ସବର ସଭାପତି ତଥା ପୂର୍ବତନ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର କୈଳାସ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ତଥା ମଂଚ-ନାଟକ ଓ ଚଳଚ୍ଚିତ୍ର ଜଗତର ଲେଖକ, ନିର୍ଦ୍ଦେଶକ, ଅଭିନେତା ଚିନ୍ମୟ ଦାସ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସହିତ ଏହି ଐତିହାସିକ ଜାତୀୟ ନାଟ୍ୟ ମହୋତ୍ସବ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ । ମହୋତ୍ସବର ଅନ୍ୟତମ  ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ବିଶିଷ୍ଟ ସମାଜସେବୀ ଡକ୍ଟର ବିଜୟ କୁମାର ଅଗ୍ରୱାଲ ମହୋତ୍ସବରେ ସାମିଲ ହେବାକୁ ଆସୁଥିବା ପ୍ରତିଷ୍ଠିତ କଳାକାର ମାନଙ୍କର ଥଇଥାନ ସଂପର୍କରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଉପସଭାପତି ତଥା ଏମ ପି ସି ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ ମେଜର ଡକ୍ଟର କଳ୍ପନା ଦାସ ମହୋତ୍ସବକୁ ନିମନ୍ତ୍ରିତ ହୋଇ ଆସୁଥିବା ବରେଣ୍ୟ ଅତିଥିମାନଙ୍କ ସଂପର୍କରେ ସବିଶେଷ ଧାରଣା ଦେଇଥିଲେ ।
ଅଟଳ ଧର୍ମ ରତ୍ନରେ ଭୁଷିତ ହୋଇଥିବା ବରିଷ୍ଠ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଉତ୍ସବର ସଫଳତା କାମନା କରିବା ସହିତ ଅଧ୍ୟକ୍ଷା ଡକ୍ଟର ପୁଷ୍ପା ପାତ୍ର, ଆଡଭୋକେଟ ସୁଜାତା ମିଶ୍ର, ଇଂଜିନିୟର ପ୍ରଦୀପ କିଶୋର ମହାନ୍ତି ମହୋତ୍ସବର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ I  ବୈଠକରେ ବିଶିଷ୍ଟ କଳାକାର, ନାଟ୍ୟକାର, ନିର୍ଦ୍ଦେଶକ କ୍ଷିରୋଦ ସିଟ୍, ଅନିଲ ପ୍ରଧାନ, ସୁଧୀର ମହାନ୍ତି, ଲମ୍ବୋଦର ସିଂ, ଅନ୍ନଦାଶଙ୍କର ଦାଶ, ଅଶୋକ ପଟ୍ଟନାୟକ, ବିଜୟ ଦାସ , ଅଧ୍ୟାପକ ଜ୍ଞାନ ରଞ୍ଜନ ପଣ୍ଡା , ସୁଧିର ନାୟକ, ପ୍ରୟାସ ଶତପଥୀ, ବିଜେନ୍ଦ୍ର ରାଉତ, ମନୋଜ ଦଳବେହେରା , ପ୍ରକାଶ ଚନ୍ଦ୍ର ଦାଶ , ସନ୍ତୋଷ ମହାନ୍ତି , କୁନ୍ଦନ ଭଞ୍ଜ, ଉଷା ଶତପଥୀ , ଅନୁବାଳା ମହାନ୍ତି , ମିଲି ଦାସ , ଚିନ୍ମୟୀ ମିଶ୍ର, ଅରୁଣ ପାତ୍ର,  ନନ୍ଦଲାଲ ମିଶ୍ର, ଅନ୍ତର୍ଯାମୀ ସାହୁ, ଜୟନ୍ତ ସେନାପତି, ଝୁନିଆ ବାବୁ, ସୋମନାଥ ସିଂହ, ଚକ୍ର ମହାପାତ୍ର, ବିନୋଦ ସାହୁ , କ୍ରିଷ୍ଣା ଶେଜପଡା,ଶାନ୍ତନୁ ପାଢୀ, ଶ୍ରୀନିବାସ ଭଞ୍ଜ, କୁମାର ସୁଜିତ, ଇଂ. ମନୋଜ କୁଅଁର, ପ୍ରବୀର ବେହେରା, ବିଶ୍ବଜିତ ପରିଡା, ଗୋକୁଳ ଦାସ, ସର୍ବତୋଷ ଦାଶ, ଅଶ୍ବିନୀ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ I ଶେଷରେ ଯୁଗ୍ମ ସଂପାଦକ  ରାଜୀବ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Shrutilipi ad