Img 20250810 wa0196

ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଅଭିଯାନର ଶୁଭାରମ୍ଭ

ରାଜ୍ୟ
ବାରିପଦା : ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବାରିପଦା ପୌର ପାଳିକା ଅନ୍ତର୍ଗତ ମୁର୍ଗାବାଡି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଅଭିଯାନର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏ ଡି ପି ଏଚ ଓ (ଭି ବି ଡି) ଡା. ବିଜୟ କୁମାର ଦାଶ, ଏଡିପିଏଚଓ( କୁଷ୍ଠ), ଡି ପି ଏମ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଭି ବି ଡି ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ସାମୁହିକ ଔଷଧ ସେବନ ଅଭିଯାନ ବିଷୟରେ ଉଲ୍ଲେଖ କରି ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ” ଔଷଧ ବାଣ୍ଟିବାନି ଖୁଆଇବା ” ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଥିଲେ।
 ଏହି ଅବସରରେ ଅଗଷ୍ଟ ମାସ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନକୁ ସଫଳ କରିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଥମେ ନିଜେ ଉକ୍ତ ଔଷଧକୁ ସେବନ କରିଥିଲେ.
ଏହି ଅବସରରେ ଡା ଆଚାର୍ଯ୍ୟ ଜିଲ୍ଲାବାସୀଙ୍କୁ ତା’ଙ୍କ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି ଯେ ଓଡ଼ିଶାରେ ଫାଇଲେରିଆ ରୋଗ ପ୍ରବଣ ୧୨ଟି ଜିଲ୍ଲା ମଧ୍ୟରୁ  ଆମ ଜିଲ୍ଲା ଚିହ୍ନିତ ହୋଇଥିବାରୁ  ଜିଲ୍ଳାକୁ ଫାଇଲେରିଆ ମୁକ୍ତ କରିବା  ପାଇଁ କ୍ରମାଗତ ଭାବେ ପ୍ରତି ବର୍ଷ ରୋଗୀଙ୍କୁ ନିୟମିତ ଔଷଧ ସେବନ ଓ ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀ ଜରିଆରେ ପ୍ରୟାସ ଜାରିରହିଛ. ଏହି ରୋଗ ର ନିରାକରଣ ପାଇଁ ମୁଖ୍ୟତଃ ଦୁଇଟି ଉପାୟ ଅବଲମ୍ବନ କରାଯାଉଛି. ପ୍ରଥମରେ ଗୋଷ୍ଠୀରେ ସମସ୍ତଙ୍କ ଠାରୁ ଫାଇଲେରିଆ କୀଟାଣୁ ନଷ୍ଟ କରିବା ନିମନ୍ତେ ସାମୁହିକ ଔଷଧ ସେବନ ଓ ରୋଗୀ ମାନଙ୍କ ଗୋଦର ଗୋଡ଼ର ଯତ୍ନ ସହ ଉପଚାର ଓ ଅଣ୍ଡ କୋଷର ଅସ୍ତ୍ରୋପଚାର ଆବଶ୍ୟକ।
ଏହି କ୍ରମରେ ୨୦୨୫-୨୬ ମସିହାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାକି ପରିବାରର ପ୍ରତ୍ୟେକ ସଦସ୍ୟ ନିର୍ଦ୍ଧାରିତ ହୋଇଥିବା ବୟସ ଓ ଉଚ୍ଚତା ଆଧାରରେ  ସେବନ କରିବେ.୨ବର୍ଷରୁ ୫ ବର୍ଷ ଶିଶୁମାନେ କେବଳ ଡି.ଇ.ସି. ଓ ଅlଲବେଣ୍ଡାଜଲ ବଟିକା ଖାଇବେ ଏବଂ ଅନ୍ୟ ସମସ୍ତ ଯୋଗ୍ୟ ବ୍ୟକ୍ତି  ଡିଇସି, ଅlଲବେଣ୍ଡାଜଲ  ଓ ଆଇଭରମେକଟିନ ବଟିକା ଗୁଡିକୁ ଏକ ସଙ୍ଗରେ ଗୋଟିଏ ମାତ୍ରା ରେ ସେବନ କରିବେ. କେବଳ ଗର୍ଭବତୀ ମହିଳା,୨ ବର୍ଷରୁ କମ ଶିଶୁ, ଗୁରୁତର ଅସୁସ୍ଥ ବ୍ୟକ୍ତି ଓ ଏକ ସପ୍ତାହ ମଧ୍ୟରେ ଶିଶୁ ପ୍ରସବ କରିଥିବା ମା’ଙ୍କୁ ଉକ୍ତ ଔଷଧ ଖାଇବା ପାଇଁ ବାରଣ କରାଯାଇଛି. ଉକ୍ତ ଔଷଧ ସରକାର ଙ୍କ ତରଫରୁ ସମ୍ପୂର୍ଣ୍ଣ ଭାବେ ମାଗଣା ରେ ଲୋକ ମାନଙ୍କୁ ଯୋଗାଇ ଦିଆଯାଉଛି ଏବଂ ଜିଲ୍ଲାରେ ୧୦ଟି ବ୍ଲକ ଏବଂ  ୩ଟି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଔଷଧ ଉପଲବ୍ଧ ହେବାସହ  ଶିକ୍ଷlନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ /ଅନୁଷ୍ଠାନ ମାନଙ୍କ ରେ ମଧ୍ୟ୍ୟ ଔଷଧ ସେବନ ବ୍ୟବସ୍ଥା କରାଯାଇଛି.ଏହା ଛଡା ଘରକୁ ଘର ଯାଇ ମଧ୍ୟ ଏହି ଔଷଧ ସେବନ ପାଇଁ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ତାଲିମ ପ୍ରାପ୍ତ ସ୍ବେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି. ଜିଲ୍ଲାର ପ୍ରାୟ ୧୦ ଲକ୍ଷ ୫୦ ଜଣ  ବ୍ୟକ୍ତିଙ୍କୁ ସାମୁହିକ ଔଷଧ ସେବନ କରାଇବା ପାଇଁ ଲକ୍ଷ୍ୟ  ରଖାଯାଇଛି.ଉକ୍ତ ଔଷଧକୁ ପରିବାର ର ଯୋଗ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟ ରେ ନିୟୋଜିତ ଥିବା ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ତାଲିମ ପ୍ରାପ୍ତ ସ୍ବେଛାସେବୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମ୍ମୁଖରେ ଖାଦ୍ୟ ଖାଇ ସାରିବା ପରେ ସେବନ କରିବେ. ଔଷଧ ସମ୍ପୂର୍ଣ୍ଣ ନିରାପଦ ଏବଂ ଶରୀର ଉପରେ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ. ତେଣୁ  ଜିଲ୍ଳାର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି କୌଣସି ପ୍ରକାର ଭୟଭିତ ନହୋଇ ବିନା ଦ୍ଵିଧା ରେ ଉକ୍ତ ଔଷଧ କୁ ସେବନ କରନ୍ତୁ ଏବଂ ଫାଇଲେରିଆ ନିରାକରଣ ଅଭିଯାନ ରେ ଅଂଶ ଗ୍ରହଣ ପୂର୍ବକ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରି ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରାନ୍ତୁ ବୋଲି  ମୟୂରଭଞ୍ଜ ବାସୀଙ୍କୁ ପରାମର୍ଶ ଦେଇଛନ୍ତି.
Shrutilipi ad