ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟର ଅନ୍ତେବାସୀ ଗଛରେ ନିଜ ହାତତିଆରି ରାକ୍ଷୀ ବାନ୍ଧି ପାଳନ କଲେ ରକ୍ଷାବନ୍ଧନ ପର୍ବ I ସର୍ବପ୍ରଥମେ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଶିକ୍ଷକ ସୋମନାଥ ସିଂହ, ଶିକ୍ଷୟତ୍ରୀ ସାଗରୀକା ପାତ୍ର, ବନ୍ଦିତା ପାଲବାବୁ, ସୁମିତ୍ରା ରାଉତ, ୱାର୍ଡେନ ସରୋଜ କୁମାର ସାବତ, ଶିକ୍ଷକ ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ଷାବନ୍ଧନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଟ୍ରଷ୍ଟର ଡଃ ନିରୋଜ କୁମାର ପୋଥାଳ, ବସନ୍ତ ମହାପାତ୍ର, ପ୍ରତାପେଶ୍ୱର ଦାଶ, ଜୟପ୍ରକାଶ ମହାନ୍ତ ଓ ଲୋକନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ରକ୍ଷାବନ୍ଧନର ପୌରାଣିକ ତଥ୍ୟ ଉପରେ ଆଲୋଚନା କରିଥିଲେ I ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ସାବତ ତଥା ଅନ୍ତେବାସୀଙ୍କ କିଛି ଭଉଣୀ ମିଶି ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ I ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରମାନେ ବିଦ୍ୟାଳୟ ପରିସରରେ ଥିବା ଗଛରେ ରାକ୍ଷୀ ବାନ୍ଧିବା ସାହା ସବୁ ପରିସ୍ଥିତିରେ ସେମାନଙ୍କର ଯତ୍ନ ନେବେ ବୋଲି ଶପଥ କରିଥିଲେ I କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

