Img 20250809 wa0223

୨୨ ବର୍ଷ ରେ ପଦାର୍ପଣ କଲା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ

ରାଜ୍ୟ
ବାରିପଦା – ମୟୂରଭଞ୍ଜ ଜିଲ୍ଲାରୁ ୨୦୦୪ ମସିହା ରେ ଆରମ୍ଭ କରାଯାଇଥିବା ନିଆରା ଜଙ୍ଗଲ ରକ୍ଷା ବନ୍ଧନ ଦୀର୍ଘ ୨୨ ବର୍ଷ ମଧ୍ୟରେ ଆଜି ସାରା ଭାରତ ବର୍ଷ ର ବିଭିନ୍ନ କୋଣ ଅନୁକୋଣ ରେ ପାଳନ କରାଯାଉଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସଚେତନ ନାଗରିକ ଗଛ ରେ ରାକ୍ଷୀ ଟିଏ ବାନ୍ଧି ଏହି କାର୍ଯ୍ୟକ୍ରମ କୁ ପାଳନ କରୁଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଗଣ୍ଡିଆଡିହା ଗ୍ରାମ ରେ ଜିଲ୍ଲା ସ୍ତରୀୟ ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ବେଶ୍ ଜାକଜମକ ରେ ପାରମ୍ପରିକ ପୁଜା ଅର୍ଚ୍ଚନା ପରେ ଗଛ ର ରାକ୍ଷୀ ବାନ୍ଧି ପାଳନ କରା ଯାଇଥିଲା। ପରିବେଶବିତ ତଥା ଜଙ୍ଗଲ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ପ୍ରଥମେ ଆରମ୍ଭ କରିଥିବା ପରିବେଶବିତ୍ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ।୨୦୦୪ ମସିହାରେ ଆରମ୍ଭ କରାଯାଇଥିବା ପ୍ରଥମ ଜଙ୍ଗଲ ରକ୍ଷା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ଡ: ଦେବବ୍ରତ ସ୍ବାଇଁ ଆଜି ୨୨ତମ ଜଙ୍ଗଲ ରକ୍ଷା  କାର୍ଯ୍ୟକ୍ରମ ରେ ପୂର୍ବତନ  ମୁଖ୍ୟ ବନ ସଂଗ୍ରକ୍ଷକ ତଥା ଓଡିଶା ଲୋକାୟୁକ୍ତ ସଦସ୍ୟ ଡ: ଦେବବ୍ରତ ସ୍ବାଇଁ,ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର ଉପନିର୍ଦେଶକ ଡ:ସମ୍ରାଟ ଗୌଡା, ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଉମା ମହେଶ, ଅତିରିକ୍ତ ପୋଲିସ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଛାୟତ, ସହକାରୀ ବନ ସଂରକ୍ଷକ ଶ୍ରୀ ମେହେରବାନ ଅଲ୍ଲୀ, ରାସଗୋବିନ୍ଦପୁର ରେଞ୍ଜ ଅଫିସର ଘନଶ୍ୟାମ ସିଂ, ବାଙ୍ଗିରିପୋଷି ରେଞ୍ଜ ଅଫିସର ମହେଶ୍ୱର ସିଂ,ଦେଉଳି ଫରେଷ୍ଟର ଶ୍ରୀ ଆଶିଷ କୁମାର ବେହେରା , ସ୍ପାର୍ଡା ଅନୁଷ୍ଠାନ ର ସଞ୍ଜୟ ଦ୍ୱାରୀ,ମୋହନ ମୂର୍ମୂ,ସାଉଁନା ମୁର୍ମୁଶୁଳିଆପଦା ବ୍ଲକ ଉପ ସଭାପତି ଜ୍ୟୋତି ଲାଲ ବାରିକ, ଉଫାଲଗଡିଆ ପୂର୍ବତନ ସରପଞ୍ଚ ଶଶିକାନ୍ତ ବିଶୋଇ, ପାକଟିଆ ସରପଞ୍ଚ ସତ୍ୟବାନ ସିଂ, ଜନ୍ମେଜୟ ମହାନ୍ତ,ଶଙ୍କର ମହାନ୍ତ, ବିଜୟ ମହାନ୍ତ, ଲକ୍ଷ୍ମଣନ ହେମ୍ବ୍ରମ,ଚନ୍ଦନ କିସ୍କୁ,ଶିବ ଶଙ୍କର ହାଂସଦା,ନନ୍ଦ ହେମ୍ବ୍ରମ, ପାନମନି ହେମ୍ବ୍ରମ, ଫୁଲମଣି ସୋରେନ,ଦଶରଥ ହାଂସଦା ଏବଂ ନିକଟବର୍ତ୍ତୀ ଗ୍ରାମ କେଉଟୁଣିମାରୀ,  ପାକଟିଆ, ହାତିମ୍ଡ଼ା, ଗୁହାଳଡିହା, ଗନ୍ଧଶାଳୀ, କାଲାଝରୀ, କାଙ୍କଣି, ଚାଉଳଦହଣି,ନେଦାଶୋଲ ବାଘଡ଼ା ଇତ୍ୟାଦି ରୁ ଶତାଧିକ ଗ୍ରାମବାସୀ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଜଙ୍ଗଲ ରେ ରାକ୍ଷୀ ବାନ୍ଧି ଉତ୍ସବ କୁ ପାଳନ କରିଥିଲେ।
Shrutilipi ad