Img 20250807 wa0170

ପୋଲିଙ୍ଗ ବୁଥ ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ନେଇ ବୈଠକ

ରାଜ୍ୟ
ବାରିପଦା: ଆଜି ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସଭାପତିତିତ୍ୱରେ ପୋଲିଙ୍ଗ ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି |
ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ  ସରକାରୀ ନିର୍ଦେଶନାମାନୁଯାୟୀ ଗୋଟିଏ ମତଦାନ କେନ୍ଦ୍ର ଗୋଟିଏ ଗ୍ରାମ ପଂଚାୟତ ଭିତରେ ସୀମିତ ରଖିବା ସହିତ ଜିଲ୍ଲାରେ ୧୨୦୦ ରୁ ଉର୍ଦ୍ଧ ମତଦାତା ଥିବା ବୁଥ ଗୁଡିକର ଯୁକ୍ତିଯୁକ୍ତକରଣ କରି ଆବଶ୍ୟକ ସ୍ଥଳେ  ନୂତନ ବୁଥ ସୃଷ୍ଟି କରିବା ପାଇଁ ଯେଉଁ ନିର୍ଦେଶ ଆସିଥିଲା ସେହି ଆଧାରରେ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କ ତତ୍ୱାବଧାନରେ  ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କ ଜରିଆରେ ମତଦାନ କେନ୍ଦ୍ରର ମତଦାତାଙ୍କ ସଂଖ୍ୟା ମୂଲ୍ୟାୟନ କରିବା ପରେ ଜିଲ୍ଳାରେ ପୂର୍ବରୁ ମୋଟ ୨୩୭୨ ଗୋଟି ମତଦାନ କେନ୍ଦ୍ର ଥିବା ବେଳେ ବର୍ତମାନ ଜିଲ୍କାର ମତଦାତାଙ୍କ ସଂଖ୍ୟା  ଅନୁସାରେ  ଆଉ ୩୫୩ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଜଣାପଡିଛି ଏବଂ ଏହା ଫଳରେ ମୋଟ ମତଦାନ କେନ୍ଦ୍ରର ସଂଖ୍ୟା ବୃଦ୍ଧି ପାଇ ୨୭୨୫ ହେବ ବୋଲି କହିଥିଲେ।   ନୂତନ ଭାବେ ସୃଷ୍ଟି ହେବାକୁ ଥିବା ୩୫୩ଟି କେନ୍ଦ୍ର ମଧ୍ୟରୁ ୨୧୯ଟି କେନ୍ଦ୍ର ବିଦ୍ୟମାନ ସ୍ଥାନରେ  ସୃଷ୍ଟି ହେବାକୁ ଥିବା ବେଳେ ୧୩୪ଟି ମତଦାନ କେନ୍ଦ୍ର ନୂତନ ସ୍ଥାନରେ ସୃଷ୍ଟି ହେବା ନେଇ ପ୍ରସ୍ତାବ ରହିଛି ବୋଲି କହିଥିଲେ।  ଉକ୍ତ ପ୍ରସ୍ତାବକୁ ଅନୁମୋଦନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ। ଅନୁମୋଦିତ ହେଲା ପରେ ଏହା ଉପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁଷ୍ଠିତ ଉକ୍ତ ବୈଠକରେ    ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା,ପ୍ରତିନିଧି ଜିଲ୍ଲାପାଳ କ୍ରିସେନସିଆ ତୀର୍କୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ  ବିଜେପି ଦଳର ଶ୍ରୀ ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଦଳରୁ ଅଶୋକ କୁମାର ଗିରି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Shrutilipi ad