Deccanherald 2024 12 14 reeafvc6 file7xq2yzb8zxz1gnpvmm9o 1068x601

ଟାରିଫ ଲାଗୁ ପରେ ବି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍

ଦେଶ - ବିଦେଶ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ।
ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି ବର୍ଷ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ପୁଟିନଙ୍କ ଗସ୍ତର ଖବର ଏପରି ସମୟରେ ଆସୁଛି ଯେତେବେଳେ ଭାରତ, ଋଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।
ଭାରତର ଏନଏସଏ ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ କହିଛନ୍ତି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ତାରିଖ ଉପରେ ବିଚାର କରାଯାଉଛି । ଏନଏସଏ ତାଙ୍କ ବୈଠକରେ କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟ ସୂଚିତ କରିନାହାଁନ୍ତି। ତେବେ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ପୁଟିନ ଅଗଷ୍ଟ ଶେଷରେ ଭାରତ ଆସିପାରନ୍ତି। ଯଦିଓ ପରେ ଏହାକୁ ଖଣ୍ଡନ କରାଯାଇଥିଲା।
ଭାରତୀୟ ଆମଦାନୀ ଉପରେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକାର ଲାଭ ଉଠାଇଥିବା ଦେଶଗୁଡ଼ିକରୁ ତାଙ୍କ ଦେଶକୁ କୋଟି କୋଟି ଡଲାର ମୂଲ୍ୟର ଶୁଳ୍କ ଆସିବା ଆରମ୍ଭ ହେବ।

Shrutilipi ad