Booksbannedinkashmir 1754549072694 8b5a5358 4e7e 43ed 9857 9e458c2d7e47 900x600

୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉଭୟ ହେବ ବନ୍ଦ !

ଦେଶ - ବିଦେଶ

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ହୋଇଥିଲା। ଏଥିସହିତ କିଛି ପୁସ୍ତକ ଯୁବପିଢ଼ିଙ୍କୁ ହିଂସା ଦିଗ‌ରେ ଉସୁକାଇବା ଏବଂ ଆତଙ୍କବାଦକୁ ସମର୍ଥନ କରିବା ଭଳି ଥିଲା।’
ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ‘ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ କିଛି ସାହିତ୍ୟ ଜମ୍ମୁ ଓ କଶ୍ମୀରରେ ମିଥ୍ୟା ଆଲୋଚନା ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଛି।’
ତଦନ୍ତ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ତଥ୍ୟ ଆଧାରରେ ଉପଲବ୍ଧ ପ୍ରମାଣ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ପ୍ରତିବନ୍ଧକ ଲାଗିଥିବା ୨୫ଟି ସାହିତ୍ୟ ପୁସ୍ତକଗୁଡ଼ିକ ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ହିଂସା ଏବଂ ଆତଙ୍କବାଦରେ ଜଡିତ ହେବାର ଏକ ପ୍ରମୁଖ କାରଣ ରହିଛି।
ଏପରି ସାହିତ୍ୟ ଯୁବପିଢ଼ିଙ୍କୁ ଭ୍ରମିତ କରିବାରେ, ଆତଙ୍କବାଦକୁ ପ୍ରୋତ୍ସାହିତ ପ୍ରଦାନ କରିବାରେ ଏବଂ ଭାରତ ବିରୋଧରେ ହିଂସାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ଏଭଳି ପୁସ୍ତକଗୁଡ଼ିକୁ ନିଷିଦ୍ଧ କରାଯାଇଛି।

Shrutilipi ad