ବାରିପଦା : ବିଶେଷକରି ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବେଶି ଦେଖାଦେଇଥାଏ । ଯାହା ଏବେ ଅନେକ ସମୟରେ ଦେଖିବାକୁ ମିଳୁଅଛି l କେତେବେଳେ ଘର ଚଟାଣିରେ ଶୋଇଥିବା ଅବସ୍ଥାରେ ତ କେତେବେଳେ ବିଲରେ ସାପ କାମୁଡାରେ ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି ।ମୟୂରଭଂଜ ଜିଲ୍ଲାର ଉପାନ୍ତ ଗୋରୁମହିଷାଣୀ ଥାନା ଅଞ୍ଚଳରେ କୁକୁଡିମୁଣ୍ଡି ଗ୍ରାମର ଗୋମିଆ ମୁଣ୍ଡା (୬୭) ସୋମବାର ରାତିରେ ଶୋଇଥିବା ଅବସ୍ଥାରେ ସର୍ପଘାତ କରିଥିଲା ।ସକାଳେ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା ।ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ଗୋରୁମହିଷାଣୀ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା କେଶ ନମ୍ଵର୧୭/୨୫ ରୁଜୁ କରାଯାଇ ଶବ ଵ୍ଯଵଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ସର୍ପାଘାତରେ ପରିବାର ଲୋକେ ପିଡିତକୁ ବିଳମ୍ବରେ ଡାକ୍ତରଖାନା ଆଣୁଥିବାରୁ ରୋଗୀର ମୃତ୍ୟୁ ହାର ବେଶି ଦେଖା ଦେଉଛି ।ସ୍ବାସ୍ଥ୍ୟ ବିଭାଗ ଯେତେ ସଚେତନ କରାଇଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ।

