Article 1068x601

ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା

ଦେଶ - ବିଦେଶ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି। ଏପରି କି ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଏହି ଧମକର ଜବାବ ଦେଇଛି ଭାରତୀୟ ସେନା। ସେନା ପକ୍ଷରୁ ୧୯୭୧ର ଖବରକାଗଜର ଏକ ପୁରୁଣା କ୍ଲିପ୍(ପ୍ରକାଶିତ ଆର୍ଟିକିଲ) ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇ ଟ୍ରମ୍ପଙ୍କୁ ଆଇନା ଦେଖାଇବାକୁ ଉଦ୍ୟମ କରାଯାଇଛି।
ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ପକ୍ଷରୁ ଉକ୍ତ କ୍ଲିପକୁ ସେଶୟାର କରି କୁହାଯାଇଛି ଯେ, ୧୯୫୪ରୁ ୧୯୭୧ ପର୍ଯ୍ୟନ୍ତ ଆମେରିକା ପାକିସ୍ତାନକୁ ୨ ବିଲିଅନ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇଥିଲା। ଭାରତ ବିରୋଧରେ ପାକିସ୍ତାନର ଯୁଦ୍ଧ ପାଇଁ ଆମେରିକା କିପରି ଦଶନ୍ଧି ଆଗରୁ ଅସ୍ତ୍ରଶସ୍ତ୍ର ଯୋଗାଇ ପ୍ରସ୍ତୁତି କରିଥିଲା ତାହା ସେନା ଦେଖାଇବାକୁ ଚେଷ୍ଟା କରିଛି। ‘‘ଆଜିର ଦିନ, ଯୁଦ୍ଧ ପ୍ରସ୍ତୁତିର ସେହି ବର୍ଷ-୫ ଅଗଷ୍ଟ ୧୯୭୧’’ ବୋଲି ସେନା ଲେଖିଛି।
ଏହି ରିପୋର୍ଟରେ ଚୀନର ସହାୟତାକୁ ବି ଦର୍ଶାଯାଇଛି। ଯୁଦ୍ଧ ପୂର୍ବରୁ ବେଜିଂ ତରଫରୁ ବି ପାକିସ୍ତାକୁ ସହାୟତା ଯୋଗାଇ ଦିଆଯାଇଥିଲା। ସେତେବେଳେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ଆଧାର କରି ଉକ୍ତ ଆର୍ଟିକିଲ ପ୍ରକାଶିତ ହୋଇଥିଲା।

Shrutilipi ad