Img 20250804 wa0189

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

ରାଜ୍ୟ

ବାରିପଦା : ଆଜି ଝାଡ଼ଖଣ୍ଡ ରାଜ୍ୟର ମହାନ ଜନନାୟକ ତଥା ତିନି ତିନିଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା,ତଥା ପ୍ରାକ୍ତନ କେନ୍ଦ୍ରର କୋଇଲା ମନ୍ତ୍ରୀ,ତଥା ବର୍ତମାନର ରାଜ୍ୟସଭା ସାଂସଦ ଶିବୁ ସୋରେନ(୮୧) ଙ୍କ ର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଜଣେ କ୍ରାନ୍ତିକାରୀ ମହାନ ଆଦିବାସୀ ନେତା ଥିଲେ ।ତାଙ୍କରି ଦୁର୍ବାର ଆନ୍ଦୋଳନ ଯୋଗୁଁ ବିହାର ରାଜ୍ୟରୁ ମୁକ୍ତ ହୋଇ ନୂତନ ଝାଡ଼ଖଣ୍ଡ ରାଜ୍ୟର ଗଠନ ହୋଇଥିଲା ।ଓଡ଼ିଶା,ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଆଦିବାସୀମାନଙ୍କର ଲୋକପ୍ରିୟ ନେତା ଥିଲେ ।ତାଙ୍କ ଦେହାନ୍ତରେ ଜେଏମଏମ କାର୍ଯ୍ୟାଳୟ ପରିସରରେ ମୟୂରଭଂଜ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜେଏମଏମ ପ୍ରବକ୍ତା ସୁନିଲ ମାଝୀ,ବରିଷ୍ଠ ନେତା ସାଲୁ କିସ୍କୁ, ରଣଜିତ ସିଂ ,ଭାଗବତ ମାଝୀ, ଲାଗୁ,ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମି ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସାରା ଭାରତ ଏକ ବିଶିଷ୍ଟ ଆଦିବାସୀ ନେତା ହରାଇଲେ ବୋଲି ସମସ୍ତେ ନିଜ ନିଜ ବ୍ୟକ୍ତବ୍ୟରେ କହିଥିଲେ ।ତାଙ୍କର ତ୍ୟାଗ,ନିଷ୍ଠା, ଯୋଗୁଁ ଆଜି ଝାଡ଼ଖଣ୍ଡ ରାଜ୍ୟର ସୃଷ୍ଟି ସୋଇପାରିଛି ।ଆଦିବାସୀଙ୍କ ସ୍ବାର୍ଥ ଲଢେଇ ପାଇଁ ତାଙ୍କର ପ୍ରେରଣା ଆଶୀର୍ବାଦ ହୋଇ ରହିବ ।

Shrutilipi ad