Img 20250804 wa0187

ଆଠ ବର୍ଷ ହେଲାଣି ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ କରୁଛନ୍ତି ଗୁହାରୀ, ଶୁଣ ସରକାର ଶୁଣ

ରାଜ୍ୟ

ବାରିପଦା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି lବିଶେଷତଃ ବିଧବା,ଦିବ୍ଯାଙ୍ଗ,ବୟସ୍କମାନଙ୍କ ସାମାଜିକ ସୁରକ୍ଷା ପାଇଁ ବହୁ ଯୋଜନା କରିଛନ୍ତି । କିନ୍ତୁ ତଳ ସ୍ତରର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି l ଏହିପରି ଏକ ଘଟଣା ଦେଖିବାକୁ ମିଳିଅଛି ଦୂର୍ଗମ ଅଂଚଳ ରୂପେ ପରିଚିତ ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଚଢେଇପାହାଡି ପଞ୍ଚାୟତ କଙ୍କଡା ବେଡା ଗ୍ରାମରେ l ଉକ୍ତ ଗ୍ରାମର ବିଧବା ଦୁବୁଜ ସୋରେନ ବିଧବା ଭତ୍ତା ପାଇବାରୁ ଆଜି ପର୍ଯ୍ୟନ୍ତ ବଂଚିତ l ସ୍ୱାମୀ ର ମୃତ୍ୟୁ ର ୮ ବର୍ଷ ବିତିଗଲା କିନ୍ତୁ ଭତ୍ତା ମିଳୁନି lତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଧବା ମହିଳାଂକୁ ଭତ୍ତା ପ୍ରଦାନ ପାଇଁ ସୁବ୍ୟବସ୍ଥା କରିବା ନିମନ୍ତେ ବିଧବା ମହିଳା ଦୁବୁଜ ସୋରେନ ଙ୍କ ସମେତ ଗ୍ରାମବାସୀମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଅଛି l

Shrutilipi ad