Img 20250803 wa0221

ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉପକରଣ ବଣ୍ଟନ ଶିବିର

ରାଜ୍ୟ

ବାରିପଦା:- ତା ୦୩.୦୮.୨୦୨୫ ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ସହିଦ ସ୍ମତି ଭବନ, ବାରିପଦା ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବିଶାଳ ଉପକରଣ ବଣ୍ଟନ ଶିବିର ଆୟୋଜନ ହୋଇ ଯାଇଅଛି । ଉକ୍ତ ଉପକରଣ ବଣ୍ଟନ ଶିବିରକୁ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ମାନ୍ୟବର ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିଶ୍ଚା ଅଧିକାରୀ ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶିଧର ସିଂ ଯୋଗ ଦେଇଥିଲେ । ଉକ୍ତ କାର‌୍ୟ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ମାନ ପ୍ରକାଶ କରିଥିଲେ ଓ ଯଦି କେବେ କୌଣସି ଦିବ୍ୟାଙ୍ଗ ପିଲା ଓ ଅଭିଭାବକ ମାନଙ୍କର ବ୍ୟକ୍ତି ଗତ ଭାବରେ ଆବଶ୍ୟକ ପଡେ ତେବେ ବିନା ଦ୍ଵିଧାରେ ତାଙ୍କ ସହ ପରାମର୍ଶ କରିପାରିବେ ବୋଲି ସେ କହିଥିଲେ ।

ସେହିଭଳି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାର ଭିନ୍ନକ୍ଷମ ମାନଙ୍କ ପାଇଁ ଉଦିଷ୍ଟ ସମସ୍ତ ସୁବିଧା ସୁଯୋଗ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ନୂତନ ଶିକ୍ଷାନୀତି ୨୦୨୦ ର ପଞ୍ଚମ ବାର୍ଷିକ ଅବସରରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ସାରା ଭାରତ ବର୍ଷରେ “ଅଖିଳ ଭାରତୀୟ ଶିକ୍ଷା ସମାଗମ” ଗତ ୨୯ ଜୁଲାଇ ଠାରୁ ଆରମ୍ଭ ହୋଇ ଆସନ୍ତା ୪ ଅଗଷ୍ଟ -୨୦୨୫ ପର‌୍ୟ୍ୟନ୍ତ ପାଳନ କରାଯାଉଅଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର‌୍ୟ୍ୟକ୍ରମ ଆୟୋଜନ କରିବା । ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ତରଫରୁ ସାରା ରାଜ୍ୟରେ ଏହି କାର‌୍ୟ୍ୟକ୍ରମକୁ ବ୍ୟାପକ କରିବା ପାଇଁ ବ୍ଲକ ଠାରୁ ଜିଲ୍ଲା ପର‌୍ୟ୍ୟନ୍ତ ବିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମ ମାନ ଆୟୋଜନ କରାଯାଉଅଛି ।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ୨୬ ଗୋଟି ବ୍ଲକରେ ୩୩୨୭ ଜଣ ସ୍ୱଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ଶିକ୍ଷାର୍ଥୀଙ୍କୁ ଚଷମା ବଣ୍ଟନ କରାଯାଉଛି । ୫୧୦ ଜଣ ସ୍ୱଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ଶିକ୍ଷାର୍ଥୀଙ୍କ ପାଇଁ ସାରା ଜିଲ୍ଲାରେ ୧୮ଟି ସ୍ଥାନରେ ଚକ୍ଷୁ ପରୀକ୍ଷା କରାଯାଇ ବିଭିନ୍ନ ପ୍ରକାରର ସ୍ୱଳ୍ପ ଦୃଷ୍ଟି ଶିକ୍ଷା ଉପକରଣ ପ୍ରଦାନ କରିବା ପାଇଁ ଗତ ୦୨.୦୮.୨୦୨୫ ଠାରୁ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଅଛି । ଆଜିର କାର‌୍ୟ୍ୟକ୍ରମରେ ୨୦୨୪-୨୫ ଶିକ୍ଷା ବର୍ଷରେ ଚିହ୍ନିତ ହୋଇଥିବା ୧୦ ଟି ବ୍ଲକରୁ ୨୫୪ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ୩୭୮ଟି ବିଭିନ୍ନ ପ୍ରକାର ସହାୟକ ଉପକରଣ ଯଥା ଚଳନ ଶକ୍ତି ରହିତ ଶିକ୍ଷାର୍ଥୀଙ୍କ ପାଇଁ ୧୬ଟି ଟ୍ରାଇସାଇକେଲ, ୪୪ଟି ହୁଇଲଚେୟାର, ୭୧ଟି ରୋଲେଟର, ୨୪ଟି ଆଶାବାଡି, ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ୪ଟି ବ୍ରେଲ କିଟ୍, ୪ଟି ସୁଗମ୍ୟ କେନ, ୨ଟି ମୋବାଇଲି, ଶ୍ରବଣ ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ୫୦ଟି କାନ ଯନ୍ତ୍ର, ବୌଦ୍ଧିକ ଅକ୍ଷମତା ଶିକ୍ଷାର୍ଥୀଙ୍କ ପାଇଁ ୧୪୦ଟି ଶିକ୍ଷା ଉପକରଣ କିଟ୍ ବ୍ୟାଗ, ମସ୍ତିକ ପକ୍ଷାଘାତ ଶିକ୍ଷାର୍ଥୀ ମାନଙ୍କ ପାଇଁ ୨୧ଟି ସି.ପି. ଚେୟାର ଇତ୍ୟାଦି ବଣ୍ଟନ କରାଯାଇଅଛି ।

ଶିକ୍ଷକ ହରେନ୍ଦ୍ର କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିବ୍ବା ବେଳେ ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର‌୍ୟ୍ୟକ୍ରମ ଟିକୁ ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ବିରେନ୍ଦ୍ର କୁମାର ସାହୁ, ରେଖାରଣୀ ଦାସ, ଦିଲୀପ କୁମାର ଦାସ ଓ ୧୦ଟି ବ୍ଲକରୁ ଆସିଥିବା ସମସ୍ତ ଗୋଷ୍ଠୀ ସାଧନ କର୍ମୀ ଓ ଅନ୍ତର୍ନିବେଶି ଶିକ୍ଷା ସେଚ୍ଛାସେବୀ ମାନେ ଏହି କାର‌୍ୟ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସହଯୋଗ କରିଥିଲେ ।

Shrutilipi ad