Samal cm 1

ପୂର୍ବ ସରକାର ଛତିଶଗଡ଼ ପାଣି ନେଇଗଲା କହିଲେ, ହେଲେ ସମାଧାନ କଲେନି: ମନମୋହନ ସାମଲ

ରାଜ୍ୟ

ଭୁବନେଶ୍ବର: ମହାନଦୀକୁ ନେଇ ବର୍ଷ ବର୍ଷ ଧରି ଛତିଶଗଡ଼ ସହିତ ଚାଲିଆସିଥିବା ଜଳବିବାଦର ଏପର୍ଯ୍ୟନ୍ତ ଆପୋସ ସମାଧାନ ହୋଇନାହିଁ। ପୂର୍ବରୁ ଥିବା ବିଜେଡି ସରକାର ଏନେଇ ଛତିଶଗଡ଼ ସହିତ ଅନେକ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଏବେ ମହାନଦୀ ଜଳବିବାଦର ସମାଧାନ ରାଜନୈତିକ ସ୍ତରରେ ହେବ ବୋଲି ସାମ୍ନାକୁ ଆସିଛି। ଆଜି ଟ୍ରିବ୍ୟନାଲରେ ମହାନଦୀ ଜଳବିବାଦକୁ ନେଇ ଦିଲ୍ଲୀରେ ବିଚାର ହେଇଛି। ବିଚାର ପରେ ଆଉ ଏକ ତାରିଖ ଦିଆଯାଇଛି ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।
ସେ କହିଛନ୍ତି ଯେ, “ଖୁବ ଶୀଘ୍ର ସମାଧାନର ରାସ୍ତା ବାହାରିବ। ପୂର୍ବ ସରକାର କେବଳ ସମସ୍ୟା କହିଥିଲେ। ଛତିଶଗଡ଼ ପାଣି ନେଇଗଲା ବୋଲି ରାଜ୍ୟବାସୀଙ୍କୁ ଜଣାଇଥିଲେ। କିନ୍ତୁ ତା’ର ସମାଧାନ ପାଇଁ କ’ଣ କାମ କରିଥିଲେ? ପୂର୍ବ ସରକାର ଏଥିପାଇଁ କୌଣସି ଯୋଜନା କଲେ ନାହିଁ, ଯାହା ଫଳରେ ଓଡ଼ିଶା ଆଜି ଏଭଳି ସ୍ଥିତିରେ ରହିଛି। ଏବେ ବିଜେପି ସରକାରରେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ। ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହା କରିବାରେ ଲାଗିପଡ଼ିଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ ଶୀଘ୍ର ସମାଧାନ ହେବ। ରାଜନୈତିକ ସମାଧାନ ହେବ। କେନ୍ଦ୍ର-ରାଜ୍ୟ ଉଭୟ ଲାଗିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଚିଠି ଲେଖିଛନ୍ତି।”

Shrutilipi ad