Img 20250801 wa0165

ପ୍ରାଥମିକ ବିଦ୍ୟାଳୟରେ ଚାକିରୀ ଆରମ୍ଭ କରି ଏ ବି ଇ ଓ ହୋଇ ଅବସର ନେଲେ ସ୍ନେହ ଦିଦି 

ରାଜ୍ୟ
ବାରିପଦା :  ୦୧/୦୮/ ୧୯୮୭ ମସିହାରେ କୁଳିଅଣା ବ୍ଲକ ଅନ୍ତର୍ଗତ ବଳରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷୟତ୍ରୀ ଭାବେ ଚାକିରୀ ଆରମ୍ଭ କରି ପ୍ରାୟ ୩୮ ବର୍ଷ ଧରି ଶିକ୍ଷକତା କରି ଶେଷରେ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଏ ବି ଇ ଓ ଭାବେ ଅବସର ନେଇଛନ୍ତି ଡଃ ସ୍ନେହଲତା ବେହେରା I ବି ଏ. ସି ଟି ଯୋଗ୍ୟତା ଥାଇ ଚାକିରୀ ଆରମ୍ଭ କରିଥିବା ସ୍ନେହ ଦିଦି ପରବର୍ତ୍ତୀ ସମୟରେ ନିଜର ପ୍ରଚେଷ୍ଟା ବଳରେ ବି ଏଡ଼ କରି ୨୦୦୭ ମସିହାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ ଲାଭ କରିଥିଲେ I ମୟୁରଭଞ୍ଜର ଝୁମର ଓ ଗୀତା ଉପରେ ମଧ୍ୟ ସେ ବେଶ ଜ୍ଞାନ ଅର୍ଜନ କରିଥିଲେ I ଡାହିସାହି ପ୍ରାଥମିକ, ରଘୁନାଥଗଞ୍ଜ ଉଚ୍ଚ ପ୍ରାଥମିକ, ଏମ ଟି କେ ଉଚ୍ଚ ପ୍ରାଥମିକ, କଇଁଫୁଲିଆ ଉଚ୍ଚ ପ୍ରାଥମିକ ଆଦି ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରି ୨୦୨୩ ମସିହାରେ ବାରିପଦାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେବାପରେ ୨୦୨୫ ଜୁଲାଇ ମାସରେ ଅବସର ଗ୍ରହଣକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି I ସେ ଜଣେ ଛାତ୍ରବତ୍ସଳ, ସମୟାନୁବର୍ତ୍ତୀ, ମିଷ୍ଟଭାଷୀ, ଈଶ୍ବରବିଶ୍ୱାସୀ ଶିକ୍ଷୟିତ୍ରୀ ଓ ପ୍ରଶାସକ ଭାବେ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବି ଆର ସି ସି ତପସ୍ୱିନୀ ଦାଶ, ଏ ବି ଇ ଓ ବ୍ରଜମୋହନ ମୁର୍ମୁ, ଶିକ୍ଷକ ସଂଘର କର୍ମକର୍ତ୍ତା, ସମସ୍ତ ସି ଆର ସି ସି, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦିଦିଙ୍କର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ I ଶେଷରେ ସମସ୍ତେ ମିଶି ଶ୍ରୀମତୀ ବେହେରାଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ପରବର୍ତ୍ତୀ ଜୀବନ ସୁଖମୟ ହେଉବୋଲି କାମନା କରିଥିଲେ I
Shrutilipi ad