Img 20250801 wa0173

ପୁରୁଣା ପେନସନ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାଵୀ ପତ୍ର ପ୍ରଦାନ

ରାଜ୍ୟ
ବାରିପଦା: ପୁରୁଣା ପେନସନ ଯୋଜନା ପାଇଁ ଜାତୀୟ ଆନ୍ଦୋଳନ, ମୟୂରଭଞ୍ଜ ଶାଖା ତରଫରୁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଓ ଏକିକୃତ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ୨୦୦୩-୦୪ ମସିହାରୁ ପୁରୁଣା ପେନସନକୁ ଉଚ୍ଛେଦ କରି ନୂତନ ପେନସନ ଯୋଜନା ଓ ଏକିକୃତ ପେନସନ ଯୋଜନା ବାଧ୍ୟତାମୂଳକ ଲାଗୁ କରାଯାଇଛି । ଏହା କର୍ମଚାରୀମାନଙ୍କର ସାମାଜିକ ସୁରକ୍ଷାର ପରିପନ୍ଥୀ ଅଟେ। ଏଣୁ ଏନ ଏମ ଓ ପି ଏସ, ଭାରତର ସଭାପତି ବିଜୟ ବନ୍ଧୁଙ୍କ ନିଷ୍ପତ୍ତି ଓ ରାଜ୍ୟ ସଭାପତି ବିଜୟ ମଲ୍ଲ ଙ୍କ ନେତୃତ୍ଵରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ଯାମିନି କାନ୍ତ ପଣ୍ଡା, ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ ହରେକୃଷ୍ଣ ବାରିକ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ ତଥା ପ୍ରଦୀପ କୁମାର ନାଥ, ଗୌର ଗୋପାଳ ଲେଙ୍କା, ସପନ କୁମାର ବେହେରା, ଶିବ ନାରୟଣ ମହାନ୍ତ, ସିଦ୍ଧେଶ୍ୱର ମିଶ୍ର, ରାଜେନ୍ଦ୍ର ମହାନ୍ତ, ଭବେଶ ପାଣିଗ୍ରାହୀ, ଭବାନୀ ସିଂହ, ରାଜ କିଶୋର ସେଠୀ, କାପୁରାମଣି ମାର୍ଣ୍ଡି, ଧନଞ୍ଜୟ ସାହୁ,  ବୀରେନ୍ଦ୍ର ମଢେଇ, ଦିନବନ୍ଧୁ ପାତ୍ର ଓ ପୁରୁଷତ୍ତମ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l
Shrutilipi ad