Photo1 for the news of busstand

ଶିଳାନ୍ୟାସକୁ ୨ବର୍ଷ ପୂରିଲା; ଅଧୁରା ରହିଗଲା ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ, ଫଳକରେ ସୀମିତ ଯୋଜନା

ରାଜ୍ୟ

ଆଗରପଡ଼ା :ଗତ ବର୍ଷ ୨୦୨୩ ଅଗଷ୍ଟ ମାସରେ ଆଗରପଡ଼ା ଠାରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଡାଏଟ ନିକଟସ୍ଥ ପୁରୁଷଣ୍ଢ ମୌଜାର ଖାତା ନଂ ୧୫୨୪ ଓ ପ୍ଲଟ ନଂ ୩୧୨ କିସମ ପତିତ ପ୍ରାୟ ଶହେ ଡ଼ିସିମିଲ ପରିମିତ ଜମିରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା । ନିର୍ମାଣ ବାବଦରେ ପ୍ରାୟ ଅଢେଇ କୋଟି ଖର୍ଚ୍ଚ ହେବାର ଯୋଜନା ଥିଲା । କିନ୍ତୁ ଇତି ମଧ୍ୟରେ ଉକ୍ତ ଯୋଜନାକୁ ୨ବର୍ଷ ବିତିଯିବା ପରେ ମଧ୍ୟ ଏହାର ନିର୍ମାଣରେ ବର୍ତ୍ତମାନର ସରକାରଙ୍କ ଆନ୍ତରିକତା ନଥିବା ପରିଲକ୍ଷିତ ହେଉଥିବାରୁ ବସଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ ଅଧୁରା ରହିଯିବା ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ଆଗରପଡ଼ା ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍‌ୁଝରର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ବ୍ୟବସାୟୀକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ଅଧିକଥିବା ସ୍ଥଳେ ବଜାର ଅଂଚଳରେ ସ୍ଥାୟୀ ବସ୍‌ଷ୍ଠାଣ୍ଡଟିଏ ନଥିବାରୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ମଧ୍ୟ ସମସ୍ୟା ଉପୁଜିଥାଏ । ଏହା ଏକ ପ୍ରମୁଖ ବ୍ୟବସାୟୀକ ସ୍ଥଳୀ ହୋଇଥିବାରୁ ଶହଶହ ଗାଡ଼ି ଯିବା ଆସିବା ମଧ୍ୟ କରିଥାନ୍ତି । କିନ୍ତୁ ଏହିପରି ସ୍ଥଳେ ଏଠାରେ କୌଣସି ସ୍ଥାୟୀ ବସ୍‌ଷ୍ଟାଣ୍ଡ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବଜାରଠାରୁ ପାଖାପାଖି ୨କିମି ଦୂର ସ୍ଥାନୀୟ ଡ଼ାଏଟ ଛକ ଠାରେ ୨୦୧୯ ମସିହାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ତôତାଳୀନ ସାଂସଦ ମଂଜୁଲତା ମଣ୍ଡଳ ନିଜ ଅନୁଦାନ ପାଣ୍ଠିରୁ ବର୍ଷ ୨୦୨୦ ନଭେମ୍ବର ୨୧ ତାରିଖରେ ୧୦ଲକ୍ଷ ଟଙ୍କା ମଂଜୁର କରିଥିଲେ ଏହାର ପୂର୍ଣ୍ଣାଙ୍ଗ ପାଇଁ । କିନ୍ତୁ ଯୋଜନାକୁ ଉତି ମଧ୍ୟରେ ୫ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଏହା କେବଳ ଫଳକରେ ଶୋଭା ପାଉଥିବାର ପରିଲକ୍ଷିତ ହେଉଛି । ସେହିପରି ବନ୍ତରେ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ସ୍ପେସାଲ ପ୍ରୋବ୍ଲେମ ଫଣ୍ଡ ଅନୁଦାନରେ ଏକ ନୂତନ ବସଷ୍ଟାଣ୍ଡ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଉକ୍ତ ଯୋଜନାକୁ ମଧ୍ୟ ୬ବର୍ଷ ପୂରିବାକୁ ବସିଥିବା ବେଳେ ଏହା ମଧ୍ୟ ଯୋଜନାରେ ଅଟକି ଯାଇଥିବାର ଜଣାପଡ଼ିଛି । ତେଣୁ ବସଷ୍ଟାଣ୍ଡ ନିର୍ମାଣକୁ ଯୋଜନା ମଧ୍ୟରେ ଓ ଫଳକରେ ସୀମିତ ନରଖି ଏହାକୁ କାର୍ଯ୍ୟକ୍ଷମ କରିବାକୁ ବର୍ତ୍ତମାନର ସରକାର ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Photo2 for the news of busstand

Shrutilipi ad