Img 20250731 wa0118

୬ବର୍ଷ ବିତିଲାଣି ଅସମ୍ପୁର୍ଣ ଭୀମକାନ୍ଧା ଗ୍ରାମ୍ୟ ପୋଲ ନିର୍ମାଣ ସମ୍ପୁର୍ଣ ପାଇଁ ଗ୍ରାମବାସୀଙ୍କ ଦାବୀ

ରାଜ୍ୟ
  • ମୋହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ ଅଣଓସାରିଆ ପୋଲକୁ ଉଚ୍ଚ କରିବା ପାଇଁ ଦାବୀ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ଶେଷ  ମୁଣ୍ଡ ରେ  ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧା ରେ ଗୋରୁମହିଷାଣୀ ବଜାର କୁ ଯାଇପାରନ୍ତେ। ଏନେଇ ଚଢେଇପାହାଡି ପଂଚାୟତର ସମିତି ସଭ୍ୟା କୁନି ସର୍ଦ୍ଦାର ଦୁଇ ଥର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଛନ୍ତି l କିନ୍ତୁ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେବା ସତ୍ବେ ଵିଭାଗ ଦୃଷ୍ଟି ଦେଉନାହିଁ  l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଦେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା  ପୋଲ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହୁଛନ୍ତି l ସେହିପରି ମୟୁରଭଞ୍ଜ ଜିଲ୍ଲା ର ଜାମଦା ବ୍ଲକ ର ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ ଅଣ ଓସାରିଆ ଥିବାରୁ ଲୋକମାନେ ନାହଁ ନଥିବା ହଇରାଣ ହେଊଛିନ୍ତି l ବର୍ଷାଦିନେ ପାହାଡିଆ ପାଣି ଜୁଆର ଯୋଗୁଁ ଉଛୁଳା ପାଣି ଵହୁଥିବାରୁ ପୋଲ ଉପରେ ପାଣି ଚାଲୁଥାଏ ; ଯାହାଫଳରେ ରାସ୍ତା ବିଛିନ୍ନ ହୋଇଯାଏ ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଏ। ପ୍ରତିବର୍ଷ ପାହାଡିଆ ଜୁଆର ପାଣି ଯୋଗୁଁ ଏହି ଅସୁବିଧାରେ ପଡ଼ୁଛନ୍ତି ।ଏହି ରାସ୍ତାଟି  ନିର୍ଭର କରୁଥିବା ଗ୍ରାମ  ମହିଷ କୁଦର- ରାଧା ନଗର , ରଙ୍ଗମଟିଆ, ଘୁମାଲ ପାଖା ପାଖି ଜାମଦ ବ୍ଲକ ର ଅନେକ ଅଂଚଳର ୭/୮ ଟି ପଞ୍ଚାୟତର ତଥା ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ନିର୍ଭର  କରନ୍ତି । ବର୍ଷାଦିନେ ବିଭିନ୍ନ‌ପାହାଡରୁ ହଠାତ୍ ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ସ୍କୁଲ ଛାତ୍ର,ଛାତ୍ରୀ,ସରକାରୀ ଓ ଵେସରକାରୀ କର୍ମଚାରୀ  ପ୍ରମୁଖ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ କରିବାରୁ ବଞ୍ଚିତ ହୁଅନ୍ତି ତେଣୁ  ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ପୋଲ ପ୍ରତି ଦୃଷ୍ଟି ଦେଇ ପୋଲଟି କୁ ଉଚ୍ଚ କରିବା ପାଇଁ  ସାଧାରଣରେ ଦାବୀ ହେଉଅଛି ।
Shrutilipi ad