ବାରିପଦା: ଡାକ ବିଭାଗ ଗ୍ରାହକ ମାନଙ୍କୁ ଅଧିକ ସୁବିଧା ଓ ଉତ୍କୃଷ୍ଟ ମାନର ତ୍ୱରିତ ସେବା ପ୍ରଦାନ ନିମନ୍ତେ ମୟୁରଭଞ୍ଜ ଡାକ ମଣ୍ଡଳ ଅଧୀନ ସମସ୍ତ ଡାକଘରେ ଏ ପି ଟି (ଆଡ଼ଭାନ୍ସ ପୋଷ୍ଟାଲ ଟେକ୍ନୋଲୋଜି ) ୨. ୦ ଲାଗୁ ହେବାକୁ ଯାଉଅଛି l ଏଣୁ ଆସନ୍ତା ତା ୦୨-୦୮-୨୦୨୫ ରିଖ (ଶନିବାର) ଦିନ ମୟୂରଭଞ୍ଜ ଡାକ ମଣ୍ଡଳ ଅଧିନସ୍ଥ ବାରିପଦା ମୁଖ୍ୟ ଡାକ ଘର ସମେତ ସମସ୍ତ ଉପ ଡାକ ଘର ତଥା ଶାଖା ଡାକ ଘର ମାନଙ୍କରେ ଦୈନନ୍ଦିନ ଡାକ ସେବା ବନ୍ଦ ରହିବ ବୋଲି ମୟୂରଭଞ୍ଜ ଡାକ ମଣ୍ଡଳ ଅଧିକ୍ଷକ ଜଗଦୀଶ ଦାଶ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି l ଏଥି ନିମନ୍ତେ ଡାକ ଅଧିକ୍ଷକ ଶ୍ରୀ ଦାଶ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

