123018767

ଆମେରିକୀୟ ଶୁଳ୍କର ପ୍ରଭାବ ଆକଳନ କରାଯାଉଛି : ପିୟୁଷ

ଦେଶ - ବିଦେଶ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବେ। ଲୋକସଭାରେ ସେ କହିଛନ୍ତି ଆମେରିକାର ଶୁଳ୍କର ପ୍ରଭାବ ଉପରେ ଏବେ ଆକଳନ କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବାର ଗୋଟିଏ ଦିନ ପରେ ଗୋୟଲ ଲୋକସଭାରେ ଏହା କହିଛନ୍ତି।
ସେ କହିଛନ୍ତି ଯେ ସରକାର ସାମ୍ପ୍ରତିକ ଘୋଷଣାର ଆକଳନ କରୁଛନ୍ତି। କୃଷି, କ୍ଷୁଦ୍ର ବ୍ୟବସାୟ, କ୍ଷୁଦ୍ର ଶିଳ୍ପ, ଏମଏସଏମଇ ଇତ୍ୟାଦିକୁ ସୁରକ୍ଷା ଦେବା ଆମର ପ୍ରାଥମିକତା। ସରକାର ସମସ୍ତ ଅଂଶୀଦାରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତି।
ସେ କହିଛନ୍ତି ଯେ ଭାରତ ଏବଂ ଆମେରିକା ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ “ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ” ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ) ପାଇଁ ଆଲୋଚନା ଆରମ୍ଭ କରିଥିଲେ, ଯାହାର ଲକ୍ଷ୍ୟ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ କରିବା । ସେ କହିଛନ୍ତି ଯେ ସରକାର ସାମ୍ପ୍ରତିକ ଘୋଷଣାର ଆକଳନ କରୁଛନ୍ତି। କୃଷି, କ୍ଷୁଦ୍ର ବ୍ୟବସାୟ, କ୍ଷୁଦ୍ର ଶିଳ୍ପ, ଏମଏସଏମଇ ଇତ୍ୟାଦିକୁ ସୁରକ୍ଷା ଦେବା ଆମର ପ୍ରାଥମିକତା। ସରକାର ସମସ୍ତ ଅଂଶୀଦାରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତି।
ବାଣିଜ୍ୟ ମନ୍ତ୍ରୀ କହିଛନ୍ତି ଯେ ଭାରତ ୫ଟି ଦୁର୍ବଳ ଅର୍ଥନୀତିରୁ ବାହାରି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇସାରିଛି। ଖୁବ୍ ଶୀଘ୍ର ଆମେ ତୃତୀୟ ବୃହତ ଅର୍ଥନୀତି ହେବୁ। ବିଶ୍ୱ ବାଣିଜ୍ୟରେ ଭାରତ ପ୍ରାୟ ୧୬ ପ୍ରତିଶତ ଅବଦାନ ରଖେ। ସେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଆମର ବାଣିଜ୍ୟ ନିରନ୍ତର ବୃଦ୍ଧି ପାଇଛି। ଆମେ ଚାଷୀ ଏବଂ କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛୁ। ଆମେ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ଜାରି ରଖିବୁ।

Shrutilipi ad