Img 20250730 wa0227

ଦୁଇ ଜଣ ଶିକ୍ଷକରେ ଚାଲିଛି ଵାସିଙ୍ଗୀ ଉଚ୍ଚ ବିଦ୍ୟାଳୟ, ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବିକ ମହଲରେ ଦାବୀ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ଵହଳଦା ବ୍ଳକର ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଵାସିଙ୍ଗୀ ପଞ୍ଚାୟତର ଏକମାତ୍ର  ଅନୁଦାନପ୍ରାପ୍ତ ଵାସିଙ୍ଗୀ ଉଚ୍ଚ ବିଦ୍ଯାଳୟ।ଏହି ଵିଦ୍ଯାଳୟରେ ୧୧୦ ଶଯ୍ୟା ବିଶିଷ୍ଟ ଵାଳିକା ଛାତ୍ରାବାସ  ଥିବାବେଳେ୧୦୦ ଜଣ ବାଳିକା  ଛାତ୍ରାବାସରେ ରହୁଛନ୍ତି ।ବିଦ୍ଯାଳୟରେ ନବମ ଓ ଦଶମ ଦୁଇଟି  ଶ୍ରେଣୀ ଅଛି । ଏହି ସ୍କୁଲଟି ବର୍ତମାନ ସଂସ୍କୃତ ଶିକ୍ଷୟତ୍ରୀ,କ୍ରୀଡା ଶିକ୍ଷକ ଏବଂ ଗୋଟିଏ ପିଅନରେ ଚାଲିଛି । ଅନ୍ୟ ବିଭାଗର ସମସ୍ତ ୬ ଶିକ୍ଷକ,କିରାଣୀ ଏବଂ ଦୁଇ ଜଣ ପିଅନ କେବେଠାରୁ ଅବସର ନେଲେଣି  । ଶିକ୍ଷକ ଅଭାବରୁ ନବମ ଏବଂ ଦଶମ ର ୧୦୮ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।ସଂସ୍କୃତ ଶିକ୍ଷୟତ୍ରୀ ମଧ୍ୟ ପାରାଲେସିସ ରୋଗରେ ଆକ୍ରାନ୍ତ ସେ ଚାଲିବାକୁ ଅକ୍ଷମ ।ଏଣେ ପାଠ ପଢାଇବ କିଏ,ମଧ୍ଯ୍ଯାହ୍ନ ଭୋଜନ ତଦାରଖ କରିବ କିଏ,ଏବଂ ଛାତ୍ରାବାସରେ ରହୁଥିବା ୧୦୦ ବାଳିକାଙ୍କ ଖାଦ୍ୟପେୟ,ରହିବ,ସ୍ବାସ୍ଥ୍ୟ କଥା ବୁଝିବ କିଏ ? ତେଣୁ ସ୍କୁଲରେ ଶିକ୍ଷକ ନ ଥିବା ଯୋଗୁଁ ଅଭିଭାବକମାନେ ନିଜ ଛୁଆକୁ ଏହି ସ୍କୁଲରେ ପାଠ ପଢ଼ାଇବା କୁ ଅମଙ୍ଗ ହେଉଛନ୍ତି l  ତେଣୁ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ସ୍ଥାୟୀ ଶିକ୍ଷକ ପୂରଣ ପାଇଁ ପଦକ୍ଷେପ ନେବାକୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଗୁହାରି କରୁଛନ୍ତି ।
Shrutilipi ad