ବାରିପଦା : ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ତ୍ରିଦୀବସୀୟ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି ।ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ଦୁଇ ଦୀବସୀର ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ, ୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ତିନୋଟି ଖେଳ ବିଭାଗରେ ନିଜର କ୍ରୀଡା ନୈପୁଣ୍ୟ ଦେଖାଇ ଚମ୍ପିୟାନ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ।ଆଜି ରବିବାର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁବାସିଷ ନାୟକ,ବିଭୂତି ଦାସ,ଶାଶ୍ବତ ବଳ ଏବଂ ମୁଖ୍ୟ ଆୟୋଜକ କିଶୋର ଚନ୍ଦ୍ର ବିଶ୍ବାଳ ଉପସ୍ଥିତ ରହି କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଖେଳାଳି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସେମାନଙ୍କ ଉଜ୍ବଳ ଭଵିଷ୍ଯତ କାମନା କରିଥିଲେ ।

