Eratrear

କମ୍ୟୁନିଷ୍ଟ ନେତା ସାଥୀ ରଥ ସିଂଙ୍କ ପରଲୋକ

ରାଜ୍ୟ
ବାରିପଦା- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବାଙ୍ଗିରିପୋଷି ଜୋନ୍ ସମ୍ପାଦକ, ପାର୍ଟିର ଜିଲ୍ଲା ପରିଷଦ ସଭ୍ୟ ତଥା ଅଖିଳ ଭାରତୀୟ ଆଦିବାସୀ ମହାସଭା ରାଜ୍ୟ କମିଟିର ସଦସ୍ୟ ସାଥୀ ରଥ ସିଂଙ୍କ ଦେହାନ୍ତ ଗତ କାଲି ୨୪ ତାରିଖରେ ହୋଇଛି ଯାଇଛି। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ଓ  କମ୍ ବୟସରେ ପରଲୋକ ହୋଇଥିବାରୁ ପାର୍ଟି ଓ ସ୍ଥାନୀୟ  ଅଞ୍ଚଳବାସୀକଂ ମଧ୍ଯରେ  ଶୋକର ଛାୟା ଖେଳିଯାଇଛି। ଜିଲ୍ଲା ପାର୍ଟି ପକ୍ଷରୁ କାର୍ଯ୍ୟକାରୀ କମିଟି  ସଦସ୍ୟ ସାଥୀ ବଳରାମ ମହାନ୍ତ ଓ ସାରସକଣା ଜୋନ୍ ସମ୍ପାଦକ ସାଥୀ ବଳରାମ ମୁର୍ମୁ ତାଙ୍କ ଗହ୍ମାପୁର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ମର ଶରୀରରେ ଲାଲ୍ ପତାକା ଦେଇ ଶେଷ ସମ୍ମାନ ଜଣାଇଛନ୍ତି । ତାଙ୍କ ପରଲୋକରେ ରାଜ୍ୟ ପାର୍ଟିର ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ଡା. ପ୍ରଶାନ୍ତ ମିଶ୍ର, ସାଥୀ ଜୟନ୍ତ ଦାସ, ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର,ସହ ସମ୍ପାଦକ ସାଥୀ ତ୍ରୀନାଥ ପାତ୍ର, ହୃଷୀକେଶ ସାହୁଙ୍କ ସମେତ ଜିଲ୍ଲାର ସାଥୀ ଓ ସମର୍ଥକମାନେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସାଥୀ ରଥ ସିଂ ଜଣେ ଅମାୟିକ,ସରଳ,ତ୍ଯାଗୀ, ପାର୍ଟି ଆଦର୍ଶ ପ୍ରତି ସମର୍ପିତ,ଲଢୁଆ ସାଥୀ ଭାବରେ ତାକଂ  ଅଂଚଳରେ ଅତ୍ଯନ୍ତ ଲୋକପ୍ରିୟ ଥିଲେ । ତାକଂ ବିୟୋଗରେ  ଆଦିବାସୀ ସମ୍ପ୍ରଦାୟ ସହ କମ୍ୟୁନିଷ୍ଟ ଆନ୍ଦୋଳନର ଅପୂରଣୀୟ କ୍ଷତି ଘଟିଲା।