ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନ ଘାଟି ଉପଖଣ୍ଡ ବାଦାମ ପାହାଡ଼ ଥାନା ରେ ବାଦାମ ପାହାଡ଼ ଥାନା ଅଧିକାରୀ କାମାକ୍ଷାକମଳେଶ୍ଵର ହେମ୍ବ୍ରମଙ୍କ ତତ୍ତ୍ଵାବଧାନରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ବାଦାମ ପାହାଡ଼ ଥାନା ଅଂଚଳରେ ଘଟୁଥିବା ଛୋଟ ବଡ ଘଟଣା ଦୁର୍ଘଟଣା ରାହାଜାନୀ କେମିତି ନିୟନ୍ତ୍ରଣ ହୋଇପାରିବ ସେ ଦିଗରେ ଥାନା ଅଧିକାରୀ ଶ୍ରୀ ହେମ୍ବ୍ରମ ପଲିସ ସମିତି ସଭ୍ୟ ଓ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ ଏବଂ ଆଗାମୀ ଦିନରେ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ଏଥିରେ ପୋଲିସ ଏ ଏସ ଆଇ ପ୍ରଦିପ୍ତ କୁମାର ମହାରଣା ଏ ଏସ ଆଇ ଦାସ ବାବୁ ଏବଂ ବାଦାମ ପାହାଡ଼ ଥାନା ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ଶେଷରେ ଶ୍ରୀ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

